POLITICALS

ପାଟକୁରା ନିର୍ବାଚନରେ ପ୍ରଚାର କରିବେ ୪୦ ଜଣିଆ ଷ୍ଟାର ପ୍ରଚାରକ

Untitled 2

ପ୍ରକାଶ ପାଇଛି ପାଟକୁରା ନିର୍ବାଚନ  ତାରିଖ। ପାଟକୁରା ନିର୍ବାଚନ ଭୋଟ ହଟେଇବାକୁ ପ୍ରୟାସ ଜାରି ରଖିଛନ୍ତି ସମସ୍ତ ଦଳ। ଦୁଇଦୁଇ ଥର ନିର୍ବାଚନ ସ୍ଥଗିତ ପରେ ଶେଷରେ ଜୁଲାଇ ୨୦ରେ ନିର୍ବାଚନ ହେବାନେଇ ମିଳିଛି ଗ୍ରୀନ ସିଗନାଲ। ତେବେ ନିର୍ବାଚନରେ ଜିତିବା ପାଇଁ  ପ୍ରଥମ ସୋପାନ ହେଲା ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା। ଏଥିଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଓ ବିଜେପି  ନିଜ ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି। ଉଭୟ ଦଳ ସେମାନଙ୍କର ୪୦ ଜଣିଆ ଷ୍ଟାର ପ୍ରଚାରକ  ପ୍ରଚାର କରିବାନେଇ ସୂଚନା ଦେଇଛନ୍ତି।

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ନେତାମାନେ ଅଛନ୍ତି। ଏହି ତାଲିକାରେ ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, ଶଶି ବେହେରା, ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ପ୍ରଦୀପ ପାଣିଗ୍ରାହୀ, ସଂଜୟ ଦାସବର୍ମା,ଅରୁଣ ସାହୁ, ପ୍ରଣବ ଦାଶ, ସମୀର ଦାଶ, ଅନୁଭବ ମହାନ୍ତି, ଅନନ୍ତ ଜେନା ପ୍ରମୁଖଙ୍କ ନାଁ ରହିଛି।

ସେହିପରି ପାଟକୁରା ନିର୍ବାଚନ ପାଇଁ ବିଜେପି ମଧ୍ୟ ତା’ର ଷ୍ଟାର ପ୍ରଚାରକ ତାଲିକା  ପ୍ରକାଶ କରିଛି। ଏହି ତାଲିକାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଓ ପ୍ରତାପ ଷଡଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଅରୁଣ ସିଂ,  ଜୁଏଲ ଓରାମ, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ବସନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ, କେ. ଭି. ସିଂହଦେଓ, ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ, ସଂଗୀତା ସିଂହଦେଓ, ପ୍ରଦୀପ୍ତ ନାୟକ, ବିଷ୍ଣୁ ସେଠୀ, ମୋହନ ମାଝୀ, ସମୀର ଦେ, ଦାମ ରାଉତ, ସୁରମା ପାଢୀ, ସମୀର ମହାନ୍ତି, ଅଭିନେତ୍ରୀ ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ଓ ହରି ମହାପାତ୍ର ପ୍ରମୁଖ ଅଛନ୍ତି।

ପଢନ୍ତୁ: ଭାରତକୁ ଆତଙ୍କବାଦୀ ସଂଗଠନ ଅଲକାଏଦାର ଧମକ

Related posts

ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି, ‘ଅର୍ଡର ଅଫ୍ ଜାଏଦ’ରେ ହେବେ ସମ୍ମାନିତ

Ratnamani Moharana

ସାମୂହିକ ଇସ୍ତଫା ଦେଲେ କଂଗ୍ରେସର ୩ ପୂର୍ବତନ ବିଧାୟକ

Ratnamani Moharana

ଶେଷରେ ହାର ମାନିଲା ପାକିସ୍ତାନ: କୂଳଭୂଷଣ ଯାଦବଙ୍କୁ ମିଳିବ ଦୂତାବାସ ସହାୟତା

Ratnamani Moharana

Leave a Comment