POLITICALS

ପାଟକୁରାରେ ବିଜେପି ଓ ବିଜେଡ଼ିର ସମରସଜ୍ଜା

Td

ପାଟକୁରାରେ ଲଢେଇ ନୁହେଁ ହେବ ମହାଲଢେଇ। ପତିଆରା ବନାମ ଲୋକପ୍ରିୟତା। ଭୋଟ ତାରିଖ ଘୋଷଣା ହୋଇନି, ମାତ୍ର ପାଟକୁରା ଏବେ ପାଲଟିଛି କୁରୁକ୍ଷେତ୍ର। ମାଲମାଳ ନେତା ଓ କର୍ମୀ ଆରମ୍ଭ କରିଦେଲେଣି ଭୋଟଭିକ୍ଷା। ବିଜେଡ଼ି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଭାବେ  ଉଭା ହୋଇଛି ପାଟକୁରା ଗଡ ଦାଖଲ ପାଇଁ ଦୁଇ ଆରମ୍ଭ କରିସାରିଲେଣି ସମରସଜ୍ଜା । ସାରା ରାଜ୍ୟରେ ଆଖି ଉପରେ ପାଟକୁରା ଉପରେ ।

ଭୋଟ ତାରିଖ  ଘୋଷଣା ହୋଇନି ସତ ପାଗଭିଡ଼ା ଆରମ୍ଭ କରିଦେଇଛନ୍ତି  ବିଜେଡି ଓ ବିଜେପି।  କେନ୍ଦ୍ରାପଡ଼ା ଲୋକସଭା ଆସନରେ ହାଇଭୋଲଟେଜ୍ ଟକ୍କର ପରେ ଏବେ ଏହି ଆସନ ଜିତିବା  ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ।  ଏଠି ବି ଲଢେଇ ଜୋରଦାର ହେବା ଆଶା କରାଯାଉଛି। କାରଣ ପାଟକୁରା ହେଉଛି ବିଜେପି ହେଭିୱେଟ୍ ବିଜୟ ମହାପାତ୍ରଙ୍କ  କର୍ମଭୂମି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆୟୁଧ କରି ଏହି ଆସନ କବ୍‌ଜା କରିବା ଲକ୍ଷ୍ୟରେ ରହିଛି ବିଜେଡି । ଦଳ ଏଠାରୁ ପରଲୋକଗତ ବିଧାୟକ ଓମ୍ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଛି।

ପଢନ୍ତୁ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ: ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

Related posts

ପାକିସ୍ତାନକୁ ଆମେରିକାର କଡା ତାଗିତ

Ratnamani Moharana

ମଦ ଓ ବନ୍ଧୁକ ସହ ବିଜେପି ବିଧାୟକଙ୍କ ଡ୍ୟାନ୍ସ

Ratnamani Moharana

ବିଧାନସଭାର ନୂଆ ବିରୋଧୀ ଦଳ ନେତା ହେଲେ ପ୍ରଦୀପ୍ତ ନାୟକ

Ratnamani Moharana

Leave a Comment