POLITICALS

ପାଟକୁରାରେ ବିଜେଡିର ବିଜୟ

Bjd Won Patkura Thumbnail 750x430

ପାଟକୁରାରେ ବାଜି ମାରିଲା ବିଜେଡି । ହେବିଓ୍ବେଟ୍ ନେତା ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ  ପାଖାପାଖି ୧୮ହଜାର ଭୋଟ୍ ରେ ପରାସ୍ତ କରି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ  ବିଜୟୀ ହୋଇଛନ୍ତି। ବିଜେଡିର ବିଜୟ ସହ ପୁଣିଥରେ ପାଟକୁରାରେ ଦେଖିବାକୁ ମିଳିଛି ନବୀନଙ୍କ ଯାଦୁ । ଆଉ ଏହାସହ ବିଜେପିର ବରିଷ୍ଠ ନେତା ବିଜୟଙ୍କର ବିଧାନସଭା ଫେରିବା ସ୍ୱପ୍ନ ଏକପ୍ରକାର ଧୂଳିସାତ୍ ହୋଇଛି । ଆଜି ସକାଳୁ ପାଟକୁରା ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା। ଆରମ୍ଭରୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଓ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା।

ବିଜୟଙ୍କ ଗଡ କୁହାଯାଉଥିବା ଗରଦପୁର ଓ ମାର୍ଶାଘାଇ  ବ୍ଲକରେ ମଧ୍ୟ ବିଜେପିକୁ ଲାଗିଛି ବଡ ଝଟକା । ଗତ ସାଧାରଣ ନିର୍ବାଚନରେ ବିଜେପି ଏହି ଦୁଇ ବ୍ଲକରେ ଆଗରେ ରହିଥିବା ବେଳେ ବିଧାନସଭା ଉପନିର୍ବାଚନରେ ବ୍ୟାକ୍‌ଫୁଟ୍‌କୁ ଠେଲି ହୋଇଯାଇଛି ବିଜେପି ।  ବର୍ତମାନ ନିର୍ବାଚନ କମିସନଙ୍କ ଔପଚାରିକ ଘେଷଣା ବାକି ରହିଛି। ଗୋଟିଏ ପଟେ ବିଜେଡ଼ି ଶିବିରରେ ଉତ୍ସବ ମନାଉଥିବା ସମୟରେ ବିଜେପି ଶିବିରରେ ନିରାଶା ଖେଳିଯାଇଛି ।

ପଢନ୍ତୁ: ଜଳଭଣ୍ଡାରରେ ସାଂଘାତିକ ଜଳ ସଂକଟ, ହୀରାକୁଦଠୁ ସଂଗିନ ରେଙ୍ଗାଳି

Related posts

Former Odisha Health Minister Syed Mustafiz Ahmed Passed Away After Prolonged Illness

ENO Beuro

ସରକାରଙ୍କ ଐତିହାସିକ ଘୋଷଣା ପରେ କାଶ୍ମୀରକୁ ଗଲେ ଆଉ ୮୦୦୦ ସୈନ୍ୟ

Ratnamani Moharana

ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଫେରାର ପି.ଚିଦାମ୍ବରମ, ଖୋଜୁଛନ୍ତି ଇଡି ଓ ସିବିଆଇ

Ratnamani Moharana

Leave a Comment