POLITICALS

ଆସନ୍ତାକାଲି ହେବ ଭୋଟ୍ ଗଣତି, ନିଦ ହଜିଗଲାଣି ନେତାଙ୍କର

Patakura 12 606x430

ପାଟକୁରା ବିଧାନସଭା  ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ୍‌ ଗଣତି ଆସନ୍ତାକାଲି ହେବ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୮ଟି ରାଉଣ୍ଡରେ ଭୋଟ୍‌ ଗଣତି ହେବ।  ଏଥିଲାଗି ୧୮ଟି ଟେବୁଲ୍‌ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡ଼ା ଅଟୋନମସ୍‌ କଲେଜରେ ଇଭିଏମ୍‌ ଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି।  ସବୁ ପ୍ରାର୍ଥୀଙ୍କ ମନରେ ଛନକା ପଶିଥିବା ବେଳେ ୩ ପ୍ରମୁଖ ଦଳମାନଙ୍କରେ ଭାଳେଣି ପଡିଛି । ଫଳ କାଲି ବାହାରୁ ଥିବା ବେଳେ ଆଜି ଠାରୁ ତିନିହେଁ ତିନିଙ୍କ ଉପରେ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ କରିଦେଲେଣି ।

ପାଟକୁରାରେ ଉଡି଼ଛି ପ୍ରବଳ ଟଙ୍କା, ବିଜେଡି ପାରେଇଯିବ ଆମେ ପଡି ରହିବୁ…

 

ବିଜୟଙ୍କ ପ୍ରତିକ୍ରିୟା ପୂର୍ବରୁ ତାଙ୍କ ଭବିଷ୍ୟତ ଦେଖିଛି କଂଗ୍ରେସ । ବିଜୟ ପରାଜୟ ବରଣ କରୁଛନ୍ତି ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି । ସୁର କହିଛନ୍ତି ବିଜୟ ଜଣେ ଦକ୍ଷ ଆଉ ବିଜ୍ଞ ରାଜନେତା । ସେ ନିଜେ ବୁଲିଥିଲେ ହୁଏତ ଏଥର ଜିତି ପାରିଥାନ୍ତେ । ନିଜ ବ୍ୟକ୍ତିଗତ ଭୋଟରେ ବିଜୟ ପାଟକୁରା ଜୟ କରି ପାରିଥାନ୍ତେ । ହେଲେ ବିଜେପି ପାଇଁ ସେ ହାରିବେ । ବିଜେଡିର ପ୍ରବଳ ଟଙ୍କା ଆଗରେ ନା ବିଜେପି ନା ଆମେ କେହି ବି ଆଗେଇ ପାରିବୁନି । ବିଜେଡି ୧ ନମ୍ବର, ବିଜେପି ୨ ନମ୍ବର ଆଉ କଂଗ୍ରେସ ୩ ନମ୍ବରରେ ରହିବ ବୋଲି ଭବିଷ୍ୟତ ଦେଖିଲେ ସୁର ।

ପଢନ୍ତୁ: ବ୍ୟାନ୍‌ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ୍‌ କଲା ଟିକ୍‌ ଟକ୍‌

 

Related posts

କେଉଁଠି ବାପା ତ କେଉଁଠି ପୁଅ ଆଗରେ

Ratnamani Moharana

ବିଭିନ୍ନ ଗଣମାଧ୍ୟମର ଏକଜିଟ ପୋଲ ରେଜଲ୍ଟ ସଂକ୍ଷେପରେ

Ratnamani Moharana

ମୋଦି-ବିରୋଧୀ ମହାମେଳିରେ ଶପଥ ନେଲେ କୁମାରସ୍ୱାମୀ!

ENO Beuro

Leave a Comment