POLITICALS

ପାଟକୁରାରେ ପଡୁଛି ଭୋଟ୍

Untitled 1

ଭୋଟ୍ ଦେଉଛି ପାଟକୁରା । ଆଜି ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା  ଆସନରେ ପଡୁଛି ଭୋଟ୍ । ତେବେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟାରେ କାଁ ଭାଁ କେତୋଟି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଭୋଟିଂ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ବେଳେ ସୁରୁଖୁରରେ ନିଜ ମତ ସାବ୍ୟସ୍ତ କରୁଛନ୍ତି ମତାଦାତା । ଲମ୍ବା ଲାଇନରେ ଠିଆ ହୋଇ ଅତି ଶୃଂଖଳତାର ସହିତ ଭୋଟ ଦେଉଛନ୍ତି ଉଭୟ ସାଧାରଣ ଭୋଟର ଏବଂ ବଡ ବଡ ନେତା । ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍। ପ୍ରଥମେ ସମସ୍ତ ୩୦୯ଟି ବୁଥରେ ମକପୋଲ୍‌ ହେବା ପରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

 

ଚିର୍‌କୁଟିକୁ ନେଇ ଏଜେଣ୍ଟ-ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି

ଭୋଟ୍ ଗ୍ରହଣ ବେଳେ ଏକ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। କିଣିଲୋର ୩୦୭ ନମ୍ବର ବୁଥ୍‌ରେ ଚିର୍‌କୁଟିକୁ ନେଇ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ରିପୋର୍ଟ ଲେଖାଯିବା ସୁଦ୍ଧା ମତଦାନ ବନ୍ଦ ରହିଥିବା ଜଣାପଡ଼ିଛି।

ପାଟକୁରାର ୪ଟି ବୁଥରେ ଇଭିଏମ ଅଚଳ

ଏଯାବତ ମିଳିଥିବା ସୂଚନା ମୁତାବକ ୪ଟି ବୁଥରେ ଇଭିଏମ ଅଚଳ ହୋଇଥିବା ବେଳେ ଗୋଟିଏ ବୁଥରେ ଗଣ୍ଡଗୋଳ ଯୋଗୁଁ ମତଦାନ ବନ୍ଦ ରହିଛି | ଅନ୍ୟପଟେ ବର୍ଷା ହେଉଥିଲେ ବି ମତଦାତାଙ୍କ ଉତ୍ସାହ କମିନାହିଁ | ତେବେ ପଦ୍ମପୁର ୩୦୭ ବୁଥରେ ଗଣ୍ଡଗୋଳ ହୋଇଥିବାବେଳେ ମତଦାନ ବନ୍ଦ ରହିଛି | ବଳରାମପୁରର ବୁଥ ନମ୍ବର ୨୦୧ ଓ ୨୦୨ ରେ ଇଭିଏମ ଅଚଳ ହୋଇଯାଇଛି, ଯାହାଫଳରେ ସେଠାରେ ମତଦାନ ବିଳମ୍ବିତ ହୋଇଛି |

ଧାଡିରେ ଆସିଲେ, ମତଦାନ ସାବ୍ୟସ୍ତ କଲେ ବିଜେଡି-ବିଜେପିର ହେଭିୱେଟ୍

Buth 750x430
Buth 750×430

ଲମ୍ବା ଲାଇନରେ ଠିଆ ହୋଇ ଅତି ଶୃଂଖଳତାର ସହିତ ଭୋଟ ଦେଉଛନ୍ତି ଉଭୟ ସାଧାରଣ ଭୋଟର ଏବଂ ବଡ ବଡ ନେତା ।ମତଦାନ କେନ୍ଦ୍ରକୁ ଆସି ନିଜର ମତସାବ୍ୟସ୍ତ କରିଛନ୍ତି ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ଗରଦପୁର ବ୍ଲକ ତାଳକୁସୁମାର ୨୬୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି ବିଜୟ ମହାପାତ୍ର ।  ପାଟକୁରା ବିଧାନସଭା ନିର୍ବାଚନରେ ମତଦାନ କରିଛନ୍ତି ବିଜେଡିର ହେଭିୱେଟ୍ ନେତା ଅତନୁ ସବ୍ୟସାଚୀ ନାୟକ । ସାନ ଓଡଙ୍ଗାର ୨୩୦ ନଂବର ପୁଲିଂ ବୁଥରେ ନିଜର ମତଦାନ କରିଥିଲେ ଅତନୁ । ମତଦାନ ପାଇଁ ଅତନୁ ପୋଲିଂ ବୁଥକୁ ଆସିବା ପରେ ସାଧାରଣ ଭୋଟରଙ୍କ ସହ ଧାଡିରେ ଠିଆ ହୋଇ ଅପେକ୍ଷା କରିଥିଲେ ।

ପଢନ୍ତୁ: ପୁରୀ ମେଡିକାଲରେ ବିପର୍ଜ୍ୟସ୍ଥ ସ୍ବାସ୍ଥ୍ୟସେବା: ନିଜ ସାଲାଇନ ନିଜେ ଧରିଲେ ରୋଗୀ

Related posts

Dharmendra Pradhan – Minister Of State For Petroleum And Natural Gas

ENO Beuro

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶର ପ୍ରଭାରୀ

ENO Beuro

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ପୁରୀ ସାଂସଦ ପିନାକୀ ମିଶ୍ର

Ratnamani Moharana

1 comment

Leave a Comment