News

ହୁତ୍ ହୁତ୍ ହୋଇ ଜଳୁଛି ପାସେଞ୍ଜର୍‌ ଟ୍ରେନ୍‌,ମୃତାହତଙ୍କ ସୂଚନା ନାହିଁ

ଅଗ୍ନିକାଣ୍ଡ ଯୋଗୁଁ ପାଟନା-ମୋକମା ପାସେଞ୍ଜର୍‌ ଟ୍ରେନ୍‌ର ପାଞ୍ଚଟି ବଗି ଏବଂ ଗୋଟିଏ ଇଞ୍ଜିନ ପୋଡ଼ି ନଷ୍ଟ ହୋଇ ଯାଇଛି। ମଙ୍ଗଳବାର-ବୁଧବାର ମଧ୍ୟରାତ୍ରୀରେ ଟ୍ରେନ୍‌ଟି ମୋକମା ରେଳଷ୍ଟେସନ୍‌ରେ ରହିଥିବାବେଳେ ଏହି ପାଞ୍ଚଟି ବଗି ମଧ୍ୟରୁ କୌଣସି ଗୋଟିକରେ ନିଅାଁ ଲାଗିଯାଇଥିଲା। ଏହି ଫାଷ୍ଟ ପାସେଂଜରର ଦୁଇଟି ଇଂଜିନ ମଧ୍ୟ ଜଳିପୋଡି ନଷ୍ଟ ହୋଇଯାଇଛି ।

ଟ୍ରେନଟି ଷ୍ଟେସନରେ ଠିଆ ହୋଇଥିବା ବେଳେ ହଠାତ ମଝାମଝି ଅଂଶରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ୬ଟି ବଗିରେ ହୁତ୍ ହୁତ୍  ହୋଇ ନିଆଁ ମାଡି ଚାଲିଲା । ଫଳରେ ସମସ୍ତ ୬ଟି ଯାକ ବଗି ଜଳିପୋଡି ପାଉଁଶ ହୋଇଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିଲା ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ନିଆଁ ଲିଭାଳି ଦଳ ବହୁ କଷ୍ଟ କରି ନିଆଁକୁ ଆୟତ କରିଥିଲେ । ତେବେ ଏଘଟଣାରେ କୌଣସି ମୃତାହତ ସୂଚନା ମିଳିନାହିଁ ।

ନିଅାଁ ଲିଭାଇବାକୁ ସ୍ଥାନୀୟ ଜିଆର୍‌ପି ଏବଂ ଆର୍‌ପିଏଫ୍‌ ଘଟନାସ୍ଥଳକୁ ଧାଇଁ ଯାଇ ଉଦ୍ୟମ କରିଥିଲେ, କିନ୍ତୁ କିଛି ସୁଫଳ ମିଳି ନ ଥିଲା।
ରାତିରେ ପରିଷ୍କାର ପରିଚ୍ଛନ୍ନ କରିବାକୁ ୟାଡ୍‌ ନିଆ ଯିବା ପୂର୍ବରୁ ଟ୍ରେନ୍‌ରେ ନିଅାଁ ଲାଗି ଯାଇଥିଲା।

ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟ କୌଣସି ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇ ନାହିଁ ବୋଲି ପୂର୍ବ କେନ୍ଦ୍ରୀୟ ରେଳବାଇ ମୁଖପାତ୍ର ରାଜେଶ କୁମାର କହିଛନ୍ତି। ନିଅାଁକୁ ଆୟତ୍ତ କରାଯାଇଥିଲା ଏବଂ ଏଥିରେ କେହି ଆହତ ହୋଇ ନ ଥିବା କଥା ମଧ୍ୟ ସେ କହିଛନ୍ତି।

ପଢନ୍ତୁ ;

ପୁଣିଥରେ ମା’ ହେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

 

Related posts

କଟକରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଟୁଟୁନି ଆହତ!

ENO Beuro

ଲଗାଣ ବର୍ଷା ଯୋଗୁ କଟକ ଓ ଖୋର୍ଦ୍ଧାର ସମସ୍ତ ସ୍କୁଲ କଲେଜ ଛୁଟି

ENO Beuro

ଚାଷୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More