News

ପାଟଣାଗଡ ବିସ୍ଫୋରଣ ମାମଲା : ପାର୍ସଲ ବୋମା ପଠାଇଥିଲେ ଜଣେ ଓଡ଼ିଆ

ଏସ୍‍ଆଇଟି ତଦନ୍ତ ତନାଘନା

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ସୁରାକ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ମାମଲାର ତଦନ୍ତ ପାଇଁ ଗଠିତ ସ୍ବତନ୍ତ ତଦନ୍ତକାରୀ ଦଳ (ଏସ୍‌ଆଇଟି) ମଙ୍ଗଳବାର ଖିଅ ଖୋଜିଖୋଜି ରାୟପୁରରେ ପହଞ୍ଚିଛି । ଉପହାର ବୋମା ଆସିଥିବା ସ୍କାଏକିଙ୍ଗ୍‌ କୋରିଅର ସଂସ୍ଥାର ମାଲିକଙ୍କ ସମେତ କର୍ମଚାରୀମାନଙ୍କୁ ତଦନ୍ତକାରୀ ଟିମ୍‌ ପଚରାଉଚରା କରିଛି ।

ପାର୍ସଲ ପଠାଇଥିବା ବ୍ୟକ୍ତି ଜଣେ ଓଡ଼ିଆ ବୋଲି କ୍ରାଇମବ୍ରାଞ୍ଚ ଟିମ୍‌ ଜାଣିବାକୁ ପାଇଛି । ଉକ୍ତ ବ୍ୟକ୍ତି ଜଣକ ଓଡ଼ିଆ ଓ ହିନ୍ଦୀରେ କଥାବାର୍ତ୍ତା କରିପାରନ୍ତି । ପ୍ରଥମେ ସମ୍ପୃକ୍ତ ବ୍ୟକ୍ତି ରାୟପୁରର ଡିଆଇଡିସି ନାମକ କୋରିୟର ସଂସ୍ଥାକୁ ପାର୍ସଲ ପଠାଇବା ନିମନ୍ତେ ଯାଇଥିଲେ । ମାତ୍ର ଡିଆଇଡିସି ଏଥିନିମନ୍ତେ ୧୦ଦିନ ସମୟ ମାଗିବାରୁ ପ୍ରେରକ ଜଣକ ସ୍କାଏକିଂ ଜରିଆରେ ଏହାକୁ ପଠାଇଥିଲେ ।

ତେବେ ପ୍ରେରକ ଜଣକ କିଏ ଏବଂ ତାଙ୍କର ମୃତ ସୌମ୍ୟଶେଖର ସାହୁ ଓ ଆହତ ହୋଇଥିବା ତାଙ୍କ ସ୍ତ୍ରୀ ରୀମାଙ୍କ ସହିତ କ’ଣ ସମ୍ପର୍କ ରହିଛି ସେ ନେଇ ଏସ୍‌ଆଇଟି ଜୋର୍‌ଦାର ଖୋଳତାଡ଼ ଆରମ୍ଭ କରିଛି । ଶୀଘ୍ର ଉକ୍ତ ଘଟଣାର ରହସ୍ୟ ପଦାକୁ ଆସିବ ବୋଲି ଏସ୍‌ଆଇଟିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଏ ନେଇ ଏସ୍‍ଆଇଟି ସଂପୃକ୍ତ କୋରିଅର୍‍ ସଂସ୍ଥାକୁ ପଚରା ଉଚୁରା କରୁଛି । ଏପରିକି ସେଠାକାର ସ୍କାଏକିଙ୍ଗ କୋରିଅର୍‍ର ସିସିଟିଭି ପୁଟେଜ ଯାଞ୍ଚ କରିଥିବା ଜଣାପଡିଛି ।

ଅନ୍ୟ ପକ୍ଷରେ ମଙ୍ଗଳବାର ସକାଳେ ମୃତ ସୌମ୍ୟଙ୍କ ବାପା ରବୀନ୍ଦ୍ର ସାହୁ ଓ ମାଆ ସଂଯୁକ୍ତାଙ୍କୁ ପୁଣି ଥରେ ଏସ୍‍ଆଇଟି ଡାକି ପଚରାଉଚୁରା କରିଥିଲା । ତେବେ ସନ୍ଧ୍ୟାରେ ଅନ୍ୟ ୪ ଜଣଙ୍କ ସହ ରବୀନ୍ଦ୍ରଙ୍କୁ ମଧ୍ୟ ପୁନଃ ଡାକି ପଚରାଉଚୁରା କରିଥିବା ଖବର ମିଳିଛି । ରବୀନ୍ଦ୍ର ଅଳ୍ପ ସମୟ ପରେ ଡାକବଙ୍ଗଳାରୁ ଚାଲିଯାଇଥିବା ବେଳେ ଅଜଣା ଥିବା ୪ ଯୁବକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ୍‍ ଜେରା କରୁଥିବା ଜଣାପଡିଛି ।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି । ବଲାଙ୍ଗିର ପୁଲିସ୍‍ ଯେଉଁ ଧରାରେ ତଦନ୍ତ କରି ବିଫଳ ହୋଇଥିଲା, ସେହି ଧାରାରେ ଏସ୍‍ଆଇଟି ନିଜର ତଦନ୍ତ ଜାରି ରଖିଛି ।

ପାଟଣାଗଡ ବିସ୍ଫୋରଣ ମାମଲା : ପାର୍ସଲ ବୋମା ପଠାଇଥିଲେ ଜଣେ ଓଡ଼ିଆ News 10 1

ପଢନ୍ତୁ ;

୨୦୦ ଟଙ୍କାରେ ମିଳୁଛି ଜାଲ ଆଧାର , ଜାଣନ୍ତୁ କେମିତି ହେଲା ପର୍ଦ୍ଦାଫାସ୍‌

Related posts

Due To Heavy Traffic, BDA Planning To Construct 2 Parallel Roads On Jayadev Vihar-Nandankanan

ENO Beuro

୩ ଦେଶରେ ଅଗଷ୍ଟ ୨୫ରୁ ହେବ ମେକ୍ ଇନ୍ ଓଡ଼ିଶା ପାଇଁ ରୋଡ୍ ସୋ

ENO Beuro

ଭିଏତନାମ ରାଷ୍ଟ୍ରପତିଙ୍କ ପରଲୋକ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More