POLITICALS

ଗିରଫ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର

Untitled 1

ଶେଷରେ ବନ୍ଧାହେଲେ ପାଟଣାଗଡର ଦବଙ୍ଗ ବିଧାୟକ ସରୋଜ ମେହେର। ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି  ଜେରା କରୁଥିବା ଜଣାପଡ଼ିଛି। ଏହାପରେ ବିଧାୟକ ସରୋଜ ମେହରେଙ୍କୁ ଏଡ଼ିଜେ କୋର୍ଟକୁ ନିଆଯାଇଛି । ଏଡ଼ିଜେଙ୍କ ବାସଭବନରେ ଜାମିନ ପାଇଁ ଆବେଦନ କରିବେ ବିଧାୟକ । ଜେଇଙ୍କୁ ଉଠବସ ଘଟଣାରେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଆଜି ସକାଳୁ ଅଟକ ରଖାଯାଇଥିଲା । କନିଷ୍ଠ ଯନ୍ତ୍ରୀ ଜଣଙ୍କ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିଧାୟକଙ୍କ କାର୍ଯ୍ୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ଆଦିବାସୀ ସଂଗଠନ । ଏବଂ ସରୋଜଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ ।

Vlcsnap 2019 06 24 12h04m28s115

 

ସୂଚନାନୁସାରେ, ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏ ଅଭିଯୋଗ ପାଇବା ପରେ ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡକୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ୍ ମଧ୍ୟରେ ଶହେ ଥର ଉଠ୍ ବସ୍ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଉଠ୍ ବସ୍ ନ ହେଲେ ଲୋକେ ମାଡ଼ମାରିବେ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା ।

ପଢନ୍ତୁ: ଆଜିଠୁ ଆରମ୍ଭ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା

Related posts

ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ନରସିଂହଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

Ratnamani Moharana

ନିର୍ବାଚନ ଲଢ଼ିବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ

ENO Beuro

ବିଜେପୁରର ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ

ENO Beuro

Leave a Comment