POLITICALS

ଡାକ୍ତରଖାନାରେ ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର

Untitled 1

ଧୀରେ ଧୀରେ ଫିକା ପଡୁଛି ଦବଙ୍ଗଗିରି। ଜେଲ୍ ଯିବାର ଦିନକ ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ପାଟଣାଗଡ଼ର ଦବଙ୍ଗ ବିଧାୟକ ସରୋଜ ମେହେର। ଜେଲ୍‌ରେ ଅସୁସ୍ଥ ଅନୁଭବ କରିବାରୁ ଗତକାଲି ରାତିରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ମଙ୍ଗଳବାର ଅପରାହ୍‌ଣରେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ବିଧାୟକ ଶ୍ରୀ ମେହେର ଜଣାଇଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୭ଟାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ଡା. ଏସ୍‌. କୁମାର ଓ ଡା. ହେମନ୍ତ ମେହେର  ଚିକିତ୍ସା କରୁଥିବା ଜଣାପଡ଼ିଛି। ତେବେ ଡାକ୍ତରଙ୍କ କହିବାନୁଯାୟୀ ସେ ଅସୁସ୍ଥ ରହିଛନ୍ତି, ତାଙ୍କୁ କିଛି ଦିନ ପର୍ଯ୍ୟନ୍ତ ମେଡିକାଲରେ ଅବଜରଭେସନ୍‌ରେ ରହିବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ, ବିଧାୟକଙ୍କ ନିକଟରେ ସାଧାରଣ ଲୋକ ନିମ୍ନମାନର ରାସ୍ତା କାମ କରାଯାଇଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ବିଧାୟକ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ଜେଇଇଙ୍କୁ ସେଠାରେ ନିମ୍ନାମାନର କାମ ପାଇଁ ଭୁଲ୍‌ ମାଗିବାକୁ କହିବା ସହ ଉଠବସ୍‌ ହେବା ପାଇଁ ବାଧ୍ୟ କରିଥିଲେ । ଏହା ପରେ ବିବାଦ ଆରମ୍ଭ ହୋଇଥିଲା । ପରେ ବିଧାୟକଙ୍କୁ ଗିରଫ କରାଯାଇଥିଲା ।

ପଢନ୍ତୁ: ଭାରତ ଗସ୍ତରେ ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିୟୋ

Related posts

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ପୁରୀ ସାଂସଦ ପିନାକୀ ମିଶ୍ର

Ratnamani Moharana

ନବୀନଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ: କେନ୍ଦ୍ରରେ ବିଜେଡି ହେବ କିଙ୍ଗ ମେକର

Ratnamani Moharana

ବିଜେପିର ନୂଆ ପ୍ରାର୍ଥୀ: ବଲିଉଡର ଷ୍ଟାର ସନ୍ନି ଦେଓଲ

Ratnamani Moharana

Leave a Comment