News

ସବଡିଭିଜନ୍ ମାନ୍ୟତା ଦାବିରେ ୬ ଘଂଟିଆ ପଟ୍ଟାମୁଣ୍ଡାଇ ବନ୍ଦ ପାଳନ

ଆଜି ପଟ୍ଟାମୁଣ୍ଡାଇ ୬ ଘଂଟିଆ ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ବନ୍ଦକୁ ବଣିକ ସଙ୍ଘ ସମର୍ଥନ ଜଣାଇବା ସହ ଦୋକାନ ବଜାର ବନ୍ଦ ରହିଛି। ଫଳରେ ଶହ ଶହ ଗାଡି ମୋଟର ରାସ୍ତାରେ ଅଟକି ରହିଛି।

ସୂଚନାଯୋଗ୍ୟ, ୧୯୯୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଗଠନ ପରେ ପଟ୍ଟାମୁଣ୍ଡାଇକୁ ସବ୍‌ଡିଭିଜନ୍‌ ମାନ୍ୟତା ପାଇଁ ଦାବି ହୋଇଥିଲା। ବିଧାନସଭା ଷ୍ଟାଣ୍ଡିଙ୍ଗ୍‌ କମିଟି ଆଳିକୁ ସବ୍‌ଡିଭିଜନ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା। ଏନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସର୍ବଦଳୀୟ ବୈଠକ ବିଫଳ ହେବା ପରେ କଂଗ୍ରେସ ବନ୍ଦ ଡାକରା ଦେଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ବଜାରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି।

ପଢନ୍ତୁ; ତୈଳ ଦର ବୃଦ୍ଧିର ପ୍ରଭାବ: ରାଜ୍ୟରେ ବଢିଲା ବସ୍ ଭଡା

Related posts

ଜାମିନ ଖାରଜ ପରେ ଆତ୍ମସମର୍ପଣ କଲେ ମହିମା ମିଶ୍ର

ENO Beuro

ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦି,ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ପକ୍ଷ ରଖିବେ ପ୍ରଧାନମନ୍ତ୍ରୀ

ENO Beuro

ନୟାଗଡ଼ରେ ଏନ୍‌କାଉଣ୍ଟର୍‌ : ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ଆହତ !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More