ଏବେଠୁ ପ୍ରତିବର୍ଷ ଗୃହପାଳିତ ପଶୁ ମାନଙ୍କ ପାଇଁ ଖଜଣା ଦେବାକୁ ପଡ଼ିବ

ଏବେଠୁ ପ୍ରତିବର୍ଷ ଗୃହପାଳିତ ପଶୁ ମାନଙ୍କ ପାଇଁ ଖଜଣା ଦେବାକୁ ପଡ଼ିବ

ପଞ୍ଜାବ ସରକାର ଏକ ଅଜବ ନିୟମ ଜାରି କରିଛନ୍ତି ।  ଏବେଠୁ ଗୃହପାଳିତ ପଶୁ ମାନଙ୍କ ପାଇଁ ଖଜଣା ଦେବାକୁ ପଡ଼ିବ । ବିଶ୍ଵାସ ନହେଲେ ବି ଏହା ସତ୍ୟ । ପଞ୍ଜାବର ସ୍ଥାନୀୟ ପ୍ରଶାସନରେ ଏହି ଘୋଷଣା ସମ୍ଭନ୍ଧୀୟ ନୋଟିଫିକେସନ୍ ଜାରି କରାଯାଇଛି ।

ନିୟମ ଅନୁଯାୟୀ, କୁକୁର, ବିଲେଇ, ଘୁଷୁରି, ଛେଳି, ବାଛୁରୀ, ମେଣ୍ଢା, ହରିଣ ଆଦି ପାଳୁଥିବା ଲୋକମାନେ ପ୍ରତି ବର୍ଷଆଧାରରେ ୨୫୦ଟଙ୍କା ଲେଖାଏଁ ଖଜଣା ପୈଠ କରିବାକୁ ପଡ଼ିବ। ସେହିପରି ମଇଁଷି, ଷଣ୍ଢ,ଓଟ, ଘୋଡା, ଗାଇ,ହାତୀ ଓ ନୀଳ ଗାଇ ଆଦି ପାଳୁଥିବା ଲୋକମାନେ ପ୍ରତିବର୍ଷ ୫୦୦ଟଙ୍କା ଲେଖାଏଁ ଦେବେ । ଯଦି ସମୟ ଅବଧି ଭିତରେ ଏହି ଖଜଣା ନ ଦିଆ ଯାଏ ତେବେ ୧୦ ଗୁଣା ଅଧିକ ପେନାଲ୍ଟି ଦେବାକୁ ପଡ଼ିବ ।

ପଞ୍ଜାବ ସରକାର କହିଛନ୍ତି, ସମସ୍ଥ ଗୃହ ପାଳିତ ପଶୁ ମାନଙ୍କୁ ରେଜିଷ୍ଟର କରିବା ବାଧ୍ୟତାମୂଳକ ଏବଂ ପାଳିତ ପଶୁ ସମ୍ବଦ୍ଧିତ ସମସ୍ତ ତଥ୍ୟ ଦାଖିଲ କରିବାକୁ ପଡ଼ିବ । ଯଦି ପଶୁ ମାନଙ୍କ ଉପରେ କୌଣସି ଅତ୍ୟାଚାର ହେବା ସାମ୍ନାକୁ ଆସେ ତେବେ ମାଲିକଙ୍କ ଲାଇସେନ୍ସ ରଦ୍ଦ କରିଦିଆଯିବ ।

ପ୍ରତ୍ୟେକଙ୍କ ଗୃହପାଳିତ ପଶୁମାନଙ୍କ ବ୍ରାଣ୍ଡିଙ୍ଗ କୋଡ ହେବ। ଏଥିପାଇଁ ପରିଚୟ ପତ୍ର କିମ୍ବା ମାଇକ୍ରୋ ଚିପ ମଧ୍ୟ ପ୍ରଦାନ କରାଯିବ। ଏହି ଯୋଜନା ଜରିଆରେ ଗୃହପାଳିତ ପଶୁଙ୍କ ଲାଇସେନ୍ସ ପ୍ରସ୍ତୁତ ହେବ ଓ ଏହି ଲାଇସେନ୍ସ ପ୍ରତିବର୍ଷ ରିନ୍ୟୁ ମଧ୍ୟ କରିବାକୁ ପଡ଼ିବ। ଗୃହପାଳି ପଶୁଙ୍କ ଲାଇସେନ୍ସ ରିନ୍ୟୁ ନକଲେ ଜରିମାନା ମଧ୍ୟ ଭୋଗିବାକୁ ପଡ଼ିବ।

ଏବେଠୁ ପ୍ରତିବର୍ଷ ଗୃହପାଳିତ ପାଶୁ ମାନଙ୍କ ପାଇଁ ଖଜଣା ଦେବାକୁ ପଡ଼ିବ

ପଢନ୍ତୁ, ଭାରତୀୟ ବିବାହ ଉପରେ ଏବେ ଜିଏସଟି ର ପ୍ରଭାବ, ଗଣିବାକୁ ପଡ଼ିବ ଅଧିକ ଟଙ୍କା