News

ଇପିଏଫ ଆକାଉଂଟଧାରୀଙ୍କ ପାଇଁ ଦୁଃସମ୍ବାଦ , ମିଳୁଥିବା ସୁଧ ଉପରେ ମଧ୍ୟ ଦେବାକୁ ପଡିବ ଟାକ୍ସ

By Krishna Kumar Manoj

November 16, 2017

କର୍ମଚାରୀ ଭବିଷ୍ୟନିଧି ପାଂଠି ବା ଇପିଏଫ ଆକାଉଂଟଧାରୀଙ୍କୁ ଝଟକା ଲାଗିଲା । ଏଥର ଜମାରାଶିରେ ମିଳୁଥିବା ସୁଧ ଉପରେ ଦେବାକୁ ପଡିବ ଟାକ୍ସ । ବେଙ୍ଗାଲୁରୁ ଇନକମ ଟାକ୍ସ ଆପିଲେଟ ଟ୍ରିବ୍ୟୁନାଲ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ମାମଲାର ଶୁଣାଣି କରିବା ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଗତ ନଭେମ୍ବର ମାସରେ  ଜାରି ନୋଟିସ ଅନୁଯାୟୀ , ଯେତେବେଳେ ଜଣେ କର୍ମଚାରୀ ଚାକିରୀରୁ ଇସ୍ତଫା ଦେଉଛି କିମ୍ବା ବହିସ୍କୃତ ହେଲେବି ତାଙ୍କ ଇପିଏଫ ଆକାଉଂଟ ‘ଅପେରିଟିଭ’ ରହୁଛି ଏବଂ ଜମାରାଶି ଉଠାଇବା ପର୍ଯ୍ୟନ୍ତ ସୁଧ ପାଉଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ଅନେକ କର୍ମଚାରୀ ଜାଣିନାହାନ୍ତି ଚାକିରୀରୁ ଛଟେଇ ହେବା ପରେ ଇପିଏଫରେ ମିଳୁଥିବା ସୁଧ ଉପରେ ଟାକ୍ସ ଦେବାକୁ ପଡିବ । ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ନିୟମ ଅଲଗା ରହିଛି । ଯଦି ଜଣେ କର୍ମଚାରୀ ୫୫ ବର୍ଷରେ ଅବସର ନିଏ ଏବଂ ଇପିଏଫ ଆକାଉଂଟରୁ ଟଙ୍କା ନଉଠାଏ କିମ୍ବା ଟଙ୍କାକୁ ନିଜ ବ୍ୟକ୍ତିଗତ ଆକାଉଂଟକୁ ଟଙ୍କା ନପଠାଏ ତେବେ ଆଗାମୀ ତିନିବର୍ଷ ଯାଏ ତାଙ୍କ ଇପିଏଫ ଆକାଉଂଟକୁ ଅଚଳ କରିଦିଆଯିବା ସହ ସୁଧ ଦିଆଯାଇନଥାଏ ।

ଜମାରାଶି ଉପରେ ସୁଧହାର ପ୍ରତିବର୍ଷ ଘୋଷଣା କରାଯାଇଥାଏ । ୨୦୧୬-୧୭ ଆର୍ଥିକ ବର୍ଷରେ ସୁଧହାର ୮.୬୫ ପ୍ରତିଶତ ରହିଛି ଏବଂ ଚଳିତ ବର୍ଷର ସୁଧ ହାର ଖୁବ ଶୀଘ୍ର ଘୋଷଣା ହେବ ।

ପଢନ୍ତୁ, ବର୍ଷା ଲାଗିରହିବ, ପବନର ବେଗ ବଢିବା ସହ ଆସନ୍ତା ୩୬ ଘଂଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା