• Home
  • Entertainment
  • ଓଡିଆ ସିନେମା ‘ ପ୍ୟାର ଅଲଗା ପ୍ରକାର ‘ ସିନେମାର ଶୁଭ ମହୁରତ
Entertainment

ଓଡିଆ ସିନେମା ‘ ପ୍ୟାର ଅଲଗା ପ୍ରକାର ‘ ସିନେମାର ଶୁଭ ମହୁରତ

 ଜ୍ୟୋତି ଏବଂ  ଝିଲିକ ନଜର ଆସିବେ ଏହି ସିନେମାରେ

ଓଡିଆ ସିନେମା ଜଗତରେ ପ୍ରଥମକରି ଏକ ନୂତନ ସାଦର ସିନେମା ଦର୍ଶକମାନଙ୍କ ପାଖରେ ଉପସ୍ଥାପିତ ହେବାକୁ ଯାଉଛି । ବିନାୟକ ଫିଲ୍ମସ ଦ୍ଵାରା ପ୍ରୋଯୋଜିତ ସିନେମାଟିର ନାମ ହେଉଛି ‘ ପ୍ୟାର ଅଲଗା ପ୍ରକାର ‘ । ନାମରୁ ଏହାର ସ୍ଵତନ୍ତ୍ରତା ବାରି ହୋଇପଡୁଛି । ଆଜିର ଦୁନିଆରେ ପ୍ରେମୀ ଯୁଗଳଙ୍କ ଭିତରେ ପ୍ୟାର ଏକ ଶବ୍ଦ ଜମାଟ ବାନ୍ଧି ସାରିଛି । ପ୍ୟାରକୁ ନେଇ ସିନେ ଜଗତରେ ସୃଷ୍ଟି ହୋଇଛି ଅନେକ କାହାଣୀ , ଚଳଚିତ୍ର ଓ ଡ୍ରାମା ।

ଏହି ପ୍ୟାର ଭିତରେ ରହିଛି କିଛି ମିଛ ଆଉ କିଛି ସତ । ସତ ମିଛର ଏହି ଖେଳ ଭିତରେ ପ୍ୟାର କେତେବେଳେ ପ୍ରହେଳିକା ସୃଷ୍ଠୀ କରିଛି ତ କେତେବେଳେ ନିଛକ ପ୍ରେମରେ ପରିଚୟ ମଧ୍ୟ ଦେଇଛି । ଏହି ପରି କାହାଣୀଙ୍କୁ ନେଇ ନୂତନ ଢଙ୍ଗରେ ନୂତନ ଚିନ୍ତାରେ ନିର୍ମାଣ ହେବାକୁ ଯାଉଛି ଓଡିଆ ସିନେମା ‘ ପ୍ୟାର ଅଲଗା ପ୍ରକାର ‘ ।

ଏହି ସିନେମାରେ ମୁଖ୍ୟ ଭୂମିକରେ ଅଭିନୟ କରୁଛନ୍ତି ଜ୍ୟୋତି ଏବଂ ତାଙ୍କ ସହ ନାୟିକା ଭୂମିକରେ ଅଛନ୍ତି ଝିଲିକ । ସିନେମାଟିରେ ଅନ୍ୟାନ୍ୟ ଭୂମିକରେ ଅଛନ୍ତି ବିଜୟ ମହାନ୍ତି , ମିହିର ଦାସ ,ଜୟୀରାମ ସାମଲ , ପ୍ର୍ଜ୍ଞା , ଦେବୁବ୍ରହ୍ମା , ଜୀବନ ପଣ୍ଡା । ସିନେମାରେ ସଂଗୀତ ନିର୍ଦେଶନା ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି । ଆଶା ରଖିଛନ୍ତି ଏହି ଅବସରରେ ସିଏ ପୁନର୍ବାର ମାର୍କେଟକୁ ନୂତନ ସାଦର ସଂଗୀତ ଭେଟିଦେବେ ।

ପ୍ରଯୋଜନା ଦାଇତ୍ଵରେ ଅଛନ୍ତି ବିବେସିତା ଘଡାଇ । କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅକ୍ଷୟ ପ୍ରଧାନ । କାହାଣୀ , ଚିତ୍ରନାଟ୍ୟ ଓ ନିର୍ଦେଶନା ଡାଇତ୍ଵରେ ଅଛନ୍ତି ହୀରା ଚୌଧୁରୀ । ସଂଳାପ ବିଜୟ ମଲ୍ଲ । ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଗୋ ଓ ଅରୁଣ ମନ୍ତ୍ରୀ । ସିନେମାର ଚିତ୍ରୋତଳୋନର ଭାର ସମ୍ଭାଳୁଛନ୍ତି ରଣଜିତ୍ ରଥ।

ସେହିପରି ସିନେମାର ପବ୍ଲିସିଟି ଓ କ୍ରିଏଟିଭ ମୁଖ୍ୟ ଭାବରେ ଲଳିତେନ୍ଦୁ ଦାସ କାର୍ଯ୍ୟ ନିର୍ବାହ କରୁଛନ୍ତି । ସମସ୍ତଙ୍କ ଆଶା ନିର୍ମାଣ ହେଉଥିବା ଏହି ସିନେମାଟି ଦର୍ଶକ ମାନଙ୍କ ମନରେ ଏକ ନୂତନ ଭାବନା ସୃଷ୍ଠୀ କରିବ । ‘ ପ୍ୟାର ଅଲଗା ପ୍ରକାର ‘ ସିନେମାର ଶୁଭ ମହୁରତ ଓଡିଏମ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇସାରିଛି ।

ଓଡିଆ ସିନେମା ‘ ପ୍ୟାର ଅଲଗା ପ୍ରକାର ‘ ସିନେମାର ଶୁଭ ମହୁରତ joti and jhilik

ପଢନ୍ତୁ ;

ବିଦେଶୀ ସେଲିବ୍ରିଟିଙ୍କ ସହ ମାଗାଜିନ୍‌ କଭର ପେଜ୍‌ରେ ଐଶ୍ୱର୍ଯ୍ୟା

Related posts

ଚୀନ୍ ସୀମାରେ ସମ୍ବିତ-ସମ୍ଭାବନା !

Krishna Kumar Manoj

ନୂଆ ଓଡିଆ ଚଳଚିତ୍ର “ପ୍ରେମ ପାଇଁ ମହାଭାରତ”ର ଶୁଭ ମହୁରତ୍

ଇନିଊଜଓଡିଆ ୟୁଟ୍ୟୁବ ରେ ପ୍ରଥମ ଥର ପାଇଁ ଇତିହାସ, ୨୨ ଘଣ୍ଟାରେ ୧୬,୩୦୦୦ ଦର୍ଶକ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More