News

ଇ-କମର୍ସ କମ୍ପାନି ପେଟିଏମ୍‌ ତରଫରୁ ଗ୍ରାହକଙ୍କୁ ଭେଟି, ଲଞ୍ଚ କଲା “ବାଏ ନାଓ ପେ ଲେଟର”

By ENO Beuro

November 17, 2017

ଇ-କମର୍ସ କମ୍ପାନି ପେଟିଏମ୍‌ ତରଫରୁ ଗ୍ରାହକଙ୍କୁ ଭେଟି । ପେଟିଏମ୍‌ ଗୁରୁବାର ‘ବାଏ ନାଓ ପେ ଲେଟର’ (ଏବେ କିଣନ୍ତୁ ପରେ ଟଙ୍କା ପୈଠ କରନ୍ତୁ)ର ଶୁଭାରମ୍ଭ କରିଛି । ଜିନିଷ କିଣିବାର ୪୫ ଦିନ ମଧ୍ୟରେ ଟଙ୍କା ପୈଠ କରିବାର ସୁବିଧା ମିଳିବ ଗ୍ରାହକଙ୍କୁ ।

ପେଟିଏମ୍‌ର ଏହି ବିକଳ୍ପ ଦ୍ୱାରା ଉପଭୋକ୍ତାଙ୍କୁ ୩୦୦୦ରୁ ୧୦,୦୦୦ଟଙ୍କା ମଧ୍ୟରେ ଜିନିଷ କିଣି ୪୫ ଦିନ ମଧ୍ୟରେ ଟଙ୍କା ପୈଠ କରିବାର ସୁବିଧା ଯୋଗାଇ ଦିଆଯାଇଛି। ଏହାକୁ ଏକ ସର୍ଟ-ଟର୍ମ  ଲୋନ୍‌ ବୋଲି କୁହାଯାଉଛି। ଏଥିପାଇଁ ସେମାନଙ୍କ ଠାରୁ କୌଣସି ସୁଧ ମଧ୍ୟ ଦେବାକୁ ପଡିବ ନାହିଁ।

ପେଟିଏମ୍‌ ସୂତ୍ରରୁ ପ୍ରକାଶ, ଏହି ଲୋନ୍‌ ଉପଲବ୍ଧ କରାଇବା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ରୁ ସହାୟତା ଲୋଡିଛି । ଯେଉଁମାନଙ୍କର ପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କରେ ଆକାଉଣ୍ଟ ଅଛି ସେହି ପେଟିଏମ୍‌ ଉପଭୋକ୍ତା ହିଁ କେବଳ ଏହି ସୁବିଧା ପାଇ ପାରିବେ । ଖୁବ୍‌ ଶୀଘ୍ର ଏହା ନନ୍‌ ଆଇସିଆଇସିଆଇ ଉପଭୋକ୍ତଙ୍କ ପାଇଁ ବି ଉପଲବ୍ଧ କରାଇ ଦିଆଯିବ । ଏହାକୁ ‘ପେଟିଏମ୍‌ ପୋଷ୍ଟପେଡ’ କୁହାଯାଉଛି । ଉପଭୋକ୍ତାଙ୍କୁ ଏଥିପାଇଁ ନିଜ ବ୍ୟାଙ୍କ ଆକାଉଣ୍ଟରେ ପାନ୍‌, ଆଧାରକାର୍ଡ ଓ ଅନ୍ୟ ବିବରଣୀ ପ୍ରଦାନ କରିବାକୁ ପଡ଼ିବ ।

ଉପଭୋକ୍ତାଙ୍କ ପେଟିଏମ ରାଶି ସୀମା ସୁନିଶ୍ଚିତ ହୋଇସାରିଲା ପରେ ଆଗାମୀ ମାସର ପ୍ରଥମ ଦିନରେ ଏକ ବିଲ୍‌ ପ୍ରସ୍ତୁତ କରାଯିବ। ତେବେ ଗ୍ରାହକ ଜନିଷ କିଣିବାର ୪୫ଦିନ ମଧ୍ୟରେ ଯଦି ଟଙ୍କା ପୈଠ ନକରନ୍ତି ତେବେ ପେଟିଏମ ୫୦ଟଙ୍କା ଲେଖାଏଁ ଜରିମାନା ବାବଦକୁ କାଟି ନେବା ସହ ଯେତିକି ଟଙ୍କାର କ୍ରୟ କରିଥିବେ ତାହାର ୩ପ୍ରତିଶତ ଶୁଳ୍କ ଆକାରରେ ପୈଠ କରିବାକୁ ପଡ଼ିବ। ଏହି ଜରିମାନାକୁ ଯେଉଁ ଉପଭୋକ୍ତା ଅନାଦେୟ କରନ୍ତି ତାଙ୍କର ଆଇସିଆଇସିଆଇ-ପେଟିଏମ୍‌ ଆକାଉଣ୍ଟକୁ ନିଷ୍କ୍ରିୟ କରି ଦିଆଯିବ। ଏଥିସହିତ ସିଆଇବିଆଇଏଲ୍‌କୁ ରିପୋର୍ଟ କରିବାକୁ ପଡ଼ିବ।

ପଢନ୍ତୁ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଗ୍ରାହକଙ୍କ ପାଇଁ ଖୁସି ଖବର, ଜିରୋ ବାଲାନ୍ସ ରେ ଖୋଲନ୍ତୁ ଖାତା