News

ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ପିସି ଘୋଷ

lokapal

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଶନିବାର ଲୋକପାଳ କମିଟର ଅଧକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପିସି ଘୋଷଙ୍କୁ ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଯୋଗ ଦେଇଥିଲେ।

୨୦୧୪ ମସିହା ଜାନୁଆରୀ ୧୬ ତାରିଖରେ ଲୋକପାଳ ଆଇନ ପ୍ରଣୟନର ୫ ବର୍ଷ ପରେ ଲୋକପାଳ ନିଯୁକ୍ତି ଦିଆଯାଇଛି। ଜଷ୍ଟିସ ଘୋଷ ନିଜ କାର୍ଯ୍ୟକାଳ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ନିକଟବର୍ତ୍ତୀ ସହଯୋଗୀ ଶଶିକଳାଙ୍କ ଶୁଣାଣି କରିଥିଲେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶଶିକଳାଙ୍କୁ ଦଣ୍ଡାଦେଶ ଶୁଣାଇ ସେ ଚର୍ଚ୍ଚାରେ ଥିଲେ ।

ଉଲ୍ଲେଖଯୋଗ୍ୟ,ଜଷ୍ଟିସ ପିନାକୀ ଘୋଷ କୋଲକାତାରେ ରୁହନ୍ତି । ତାଙ୍କର ପାଞ୍ଚ ପୀଢି ଆଇନଗତ ସେବାରେ ଜଡିତ । ଘୋଷଙ୍କ ପିତା ଜଷ୍ଟିସ ଶମ୍ଭୁ ଘୋଷ କୋଳକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ପଢନ୍ତୁ; ଆଇପିଏଲ୍‌ ୧୨: ସିଏସ୍‌କେ ୭ ୱିକେଟରେ ବିଜୟୀ

Related posts

ଲାଗି ରହିବ କାଳବୈଶାଖୀ! ଆଗାମୀ ୨୪ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସହ ୫୦ରୁ ୬୦କିମି ବେଗରେ ବହିବ ପବନ

ENO Beuro

ଶିଶୁ ଯୌନ ଶୋଷଣ, ଦୁଷ୍କର୍ମ ଓ ନିର୍ଯାତନା ରୋକିବାକୁ ଡବ୍ଲ୍ୟୁଭିଆଇ ପକ୍ଷରୁ ଜାତୀୟ ଅଭିଯାନ

ENO Beuro

ପରଲୋକରେ ଓଡ଼ିଆ ସିନେମା ନିର୍ଦ୍ଦେଶକ ଚକ୍ରଧର ସାହୁ

ENO Beuro

1 comment

Leave a Comment