Loading...

PCC ସଭାପତି ପରିବର୍ତ୍ତନ ନେଇ ଜୋର ଧରିଲା ଚର୍ଚ୍ଚା, କାହା ନାଁରେ ବାଜିବ ମୋହର ?

PCC ସଭାପତି ପରିବର୍ତ୍ତନ ନେଇ ଜୋର ଧରିଲା ଚର୍ଚ୍ଚା, କାହା ନାଁରେ ବାଜିବ ମୋହର ?

ସାରା ଦେଶରେ ଏବେ କଂଗ୍ରେସର ଅବସ୍ଥା ବେହାଲ । ଓଡ଼ିଶାରେ କଂଗ୍ରେସ ବିପର୍ଯ୍ୟସ୍ତ କଥା କହିଲେ ନସରେ । ରାଜ୍ୟ କଂଗ୍ରେସ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ଗୋଷ୍ଠୀ କନ୍ଦଳ, PCC ନେତୃତ୍ୱଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଦଳ ଏବେ ରାଜ୍ୟବାସୀଙ୍କ ଭରସା ଜିତି ପାରୁନାହିଁ ।

ସାରା ଦେଶରେ ଏବେ କଂଗ୍ରେସର ଅବସ୍ଥା ବେହାଲ । ଓଡ଼ିଶାରେ କଂଗ୍ରେସ ବିପର୍ଯ୍ୟସ୍ତ କଥା କହିଲେ ନସରେ । ରାଜ୍ୟ କଂଗ୍ରେସ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ଗୋଷ୍ଠୀ କନ୍ଦଳ, PCC ନେତୃତ୍ୱଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଦଳ ଏବେ ରାଜ୍ୟବାସୀଙ୍କ ଭରସା ଜିତି ପାରୁନାହିଁ । ନିକଟରେ ସମାପ୍ତ ଦୁଇ ଦୁଇଟି ନିର୍ବାଚନରେ ଶୋଚନୀୟ ପରାଜୟ ଦେଖିଲାଣି କଂଗ୍ରେସ । ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନରେ ଅମାନତ ହରାଇଲା ଦଳ । ପୂର୍ବଭଳି ବିଜେପିକୁ ଦ୍ୱିତୀୟ ସ୍ଥାନ ଏବଂ କଂଗ୍ରେସକୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଲା।ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ 13 ପ୍ରତିଶତ ଭୋଟ ମିଳିଲା । ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ବିଫଳତାକୁ ଜନସାଧାରଣଙ୍କ ସାମ୍ନାକୁ ଆଣିବାରେ ବିଫଳ ହେଲା କଂଗ୍ରେସ । ବାରମ୍ବାର ପରାଜିତ ହେବାପରେ ପରେ କଂଗ୍ରେସ ମୁଖିଆଙ୍କ ଉପରେ ଏବେ କର୍ମୀ ଓ ନେତାଙ୍କ ଆସ୍ଥା ତୁଟିବାକୁ ଲାଗିଲାଣି । ପିସିସି ସଭାପତି ନେଇ କଂଗ୍ରେସ ମହଲରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଲାଣି ।

ପିସିସି ସଭାପତି ପରିବର୍ତ୍ତନ ପାଇଁ କିଛି ଛାମୁଆ ନେତା ଦିଲ୍ଲୀରେ ଡେରା ପକାଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ହାଇକମାଣ୍ଡ ମଧ୍ୟ ପିସିସି ପରିବର୍ତ୍ତନ ନେଇ ଆଲୋଚନା ମଧ୍ୟ ଜାରି ରଖିଥିବା ଶୁଣିବାକୁ ମିଳିଛି । ଅନ୍ୟ ରାଜ୍ୟରେ ପିସିସି ପରିବର୍ତ୍ତନ ହେଲା ଭଳି ଓଡ଼ିଶାରେ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଲାଣି । ପୂର୍ବରୁ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପିସିସି ସଭାପତିଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ । ପରେ ଜୟପୁର ବିଧାୟକ ତାରା ବାହିନୀପତି ମଧ୍ୟ କଂଗ୍ରେସରେ ଅଲ୍‌ ଇଜ୍‌ ନଟ୍‌ ୱେଲ କଥା ଗଣମାଧ୍ୟମ ଆଗରେ ବଖାଣି ଥିଲେ । ଏପରିକି ନିରଞ୍ଜନଙ୍କୁ ଖୋଲା ଚ୍ୟାଲେଞ୍ଜ କରିଥିଲେ ତାରା ।


 
ଏବେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ସମାନ କଥା ଦୋହରାଇଛନ୍ତି । ପିସିସି ସଭାପତି ପରିବର୍ତ୍ତନ ସହ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଉ ବୋଲି କହିଛନ୍ତି ସୁର । ତେବେ କିଏ ହେବ ପରବର୍ତ୍ତୀ ପିସିସି ସଭାପତି ? କିଏ ସମ୍ଭାଳିବ ଓଡିଶା କଂଗ୍ରେସ ? ଏନେଇ କଂଗ୍ରେସ କ୍ୟାମ୍ପରେ ଚର୍ଚ୍ଚା ଜୋର ଧରିଲାଣି ।ପୂର୍ବତନ ପିସିସି ସଭାପତି, ବରିଷ୍ଠ କଂଗ୍ରେସ ନେତା ଶରତ ପଟନାୟକ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାଶ ଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । କାହା ନାଁ ରେ ହାଇକମାଣ୍ଡ ମୋହର ମାରିବେ ସେ ନେଇ ସମସ୍ତେ ଅପେକ୍ଷା କରିଛନ୍ତି ।

ପିସିସିରେ ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ । ରାଜ୍ୟ କଂଗ୍ରେସ ଏବେ ଏକ ଖରାପ ସମୟ ଦେଇ ଗତି କରୁଛି । ପିସିସି ସଭାପତି ନେଇ ଯେଉଁ ସନ୍ଦେହ ଉପୁଜିଛି ତାହା ଖୁବଶୀଘ୍ର ସ୍ପଷ୍ଟ ହେବ । ରାଜ୍ୟ କଂଗ୍ରେସ ପର୍ଯ୍ୟବେକ୍ଷକ ଏନେଇ ରିପୋର୍ଟ ଦେଇଛନ୍ତି । ଏହା ନିଶ୍ଚିତ ଯେ ଯଦି ସଭାପତି ପରିବର୍ତନ ହୁଏ, ଯିଏ ନୂଆ ମୁଖିଆ ଆସିବେ ତାଙ୍କ ଉପରେ କଂଗ୍ରେସର ଭାଗ୍ୟ ନିର୍ଭର କରିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.