POLITICALS

ପିସିସିର ନବକଳେବର : ନିରଞ୍ଜନ ପଟ୍ଟନାୟକ ନୂଆ ସଭାପତି!

ରାଜ୍ୟ କଂଗ୍ରେସରେ ବଡ଼ ପରିବର୍ତ୍ତନ

ନିରଞ୍ଜନ ପଟ୍ଟନାୟକଙ୍କୁ ଓଡିଶା ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଭାବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଯୁକ୍ତି ଦେଇଛନ୍ତି । ବିଧାୟକ ନବ ଦାସ, ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

ନିରଞ୍ଜନଙ୍କୁ ରାଜ୍ୟ କଂଗ୍ରେସ ମୁଖ୍ୟ ଭାବେ ଅବସ୍ଥାପିତ କରାଯିବା ସହ ତାଙ୍କୁ ସହଯୋଗ କରିବା ଲାଗି ୩ ଜଣ ଯୁବ ନେତାଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ବିଧାୟକ ନବ ଦାସ, ଚିରଞ୍ଜୀବ ବିଶ୍ୱାଳ ଏବଂ ପୂର୍ବତନ ଏମ୍‌ପି ପ୍ରଦୀପ ମାଝି।

ପିସିସି ସଭାପତି ଭାବେ ଦାୟିତ୍ୱ ମିଳିବା ପରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେପି ଓ ବିଜେଡି ଆଶାନୁରୂପ ଦିଗଦର୍ଶନ ଦେଇନାହାନ୍ତି ।ଓଡ଼ିଶାର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇନି। ଏବେ ଓଡ଼ିଶା ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି। ଏହାବ୍ୟତୀତ ଦଳ ଛାଡିଥିବା କଂଗ୍ରେସ ନେତାଙ୍କୁ ନେଇ ନିରଞ୍ଜନ କହିଛନ୍ତି, ଯିଏ ଦଳ ଛାଡିଛନ୍ତି ସେମାନେ ବ୍ୟକ୍ତିଗତ କାରଣରୁ ଦଳ ଛାଡିଛନ୍ତି। କଂଗ୍ରେସ ପ୍ରତି ଯାହାର ସମର୍ଥନ ଅଛି ସେମାନେ ଦଳକୁ ଆସିପାରିବେ । ଓଡ଼ିଶାରେ କଂଗ୍ରେସର ସ୍ଥିତି ଭଲ କରିବାକୁ ପ୍ରୟାସ କରାଯିବ ।ତେବେ ନିରଞ୍ଜନଙ୍କୁ ଦାୟିତ୍ୱ ମିଳିବା ପରେ ରାଜ୍ୟ କଂଗ୍ରେସରେ ଉତ୍ସାହ ଦେଖାଦେଇଛି।

ପଢନ୍ତୁ; ଆଇପିଏଲ୍‌ ୧୧: ଗେଲ୍‌ ଝଡ଼,କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ୧୫ ରନ୍ ରେ ବିଜୟୀ

Related posts

ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ଲଙ୍କାକାଣ୍ଡ

Ratnamani Moharana

ରାହୁଲଙ୍କ ଜ୍ୟାକେଟ୍‌କୁ ନେଇ ସମାଲୋଚନା

ENO Beuro

ବିଜେପି- ଟିଡିପି ମେଂଟରେ ବଡଧରଣ ଫାଟ, ମୋଦି ସରକାରରୁ ଓହରିଲେ ଦୁଇ ଟିଡିପି ମନ୍ତ୍ରୀ!

ENO Beuro

2 comments

Leave a Comment