EnewsOdia.Com

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଳନ ହୋଇଛି ବୋଇତ ବନ୍ଦାଣ ଉତ୍ସବ। ବଡ଼ି ଭୋରରୁ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମହୋଦଧୀରେ ଡଙ୍ଗା ଭସାଇଛନ୍ତି ଲୋକେ। ଏହି ସମୟରେ ଆ…କା…ମା..ବୈ, ପାନ ଗୁଆ ଥୋଇ, ଗୀତରେ ଫାଟି ପଡ଼ିଥିଲା ବିଭିନ୍ନ ଜଳାଶୟ। କଟକର ମହାନଦୀ ଓ କାଠଯୋଡ଼ି ନଦୀରେ ଆଜି ସକାଳେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଭଳି ଭଳିକି ରଙ୍ଗର ବୋଇତ ଭସାଇଥିଲେ ଲୋକେ। ବୋଇତରେ ପାନ, ଗୁଆ ଥୋଇ ପୂଜା କରିଥିଲେ ଓ ପରେ ଏହାକୁ ଭସାଇଥିଲେ।

ସେହିଭଳି ରାଜଧାନୀ ଭୁବନେଶ୍ୱରର ବିନ୍ଦୁ ସାଗର, ପୁରୀ ସମୁଦ୍ର କୂଳ ଓ ଗୋପାଳପୁର ବିଚ୍‌ରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ପୂର୍ବେ ବ୍ୟବସାୟ ପାଇଁ ସମୁଦ୍ର ପଥରେ ବିଦେଶକୁ ଯାତ୍ରା କରୁଥିଲେ ଓଡ଼ିଆ ସାଧବ ପୁଅ। ଜାଭା, ସୁମାତ୍ରା ଓ ବାର୍ଲି ଭଳି ଅଞ୍ଚଳକୁ ଯିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଲଗ୍ନ ଥିଲା।

ତେଣୁ ଓଡ଼ିଶାର ସେହି ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଯାଏ।

ପଢନ୍ତୁ: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ

ସମ୍ବନ୍ଧିତ ଖବର

ଅଯୋଧ୍ୟା ଦୀପୋତ୍ସବ ୨୦୧୯ ପାଇଁ ଆଲୋକିତ ହେବ ୮ ହଜାର ଘର

Ratnamani Maharana

ବିଶ୍ୱରେ ଏବେ ‘ଜଳବାୟୁ ଏମର୍ଜେନ୍ସି’ ଘୋଷଣା କଲେ ୧୧,୦୦୦ ବୈଜ୍ଞାନିକ

Ratnamani Maharana

ଭୋଡାଫୋନ୍‌ ଆଇଡିଆରେ ଫ୍ରି ରହିବ ଅନ୍‌ ଲିମିଟେଡ୍‌ କଲ୍‌

Ratnamani Maharana

ଅନ୍‌ଲାଇନ୍‌ରେ ୨୦୦୦ ଟଙ୍କାରେ ବିକ୍ରି ହେଉଛି କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡର ତଥ୍ୟ

Ratnamani Maharana

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ

Ratnamani Maharana

ସାହିତ୍ୟରେ ଓଲ୍‌ଗା ଓ ହ୍ୟାଣ୍ଡ୍‌କେଙ୍କୁ ନୋବେଲ

Ratnamani Maharana