POLITICALS

ସ୍ୱାଧୀନତା ଦିବସକୁ ସାଧାରଣତନ୍ତ୍ର ଦିବସ ବୋଲି କହି ଚର୍ଚ୍ଚାରେ ବରିଷ୍ଠ ଅଧିକାରୀ

Untitled 1

ଆସନ୍ତାକାଲି ସାରା ଦେଶ ପାଳନ କରିବ ୭୩ତମ ସ୍ୱାଧୀନତା ଦିବସ। ଏହି ଦିନରେ ହିଁ ଭାରତ ପାଇଥିଲା ସ୍ଵାଧୀନତା। ଆଜି ଆମେ ଯେଉଁ ସ୍ଵାଧୀନତା ଉପଲବ୍ଧ କରୁଛେ ଏହା ପଛରେ ରହିଛନ୍ତି ଅନେକ ବରିଷ୍ଠ ବ୍ୟକ୍ତି। ଯେଉଁ ମାନେ ମୁଖ୍ୟତ ଅଶିକ୍ଷିତ ଥିଲେ। ମାତ୍ର ଆଜିର ଶିକ୍ଷିତ ସାମାଜ ସେମାନଙ୍କଠାରୁ ବହୁ ପଛରେ। ସେମାନେ ଅଜ୍ଞ ସ୍ଵାଧୀନତା ଦିବସ ଆଉ ସାଧାରଣତନ୍ତ୍ର ଦିବସ  ମଧ୍ୟରେ ଥିବା ପାର୍ଥକ୍ୟ ଉପଲବ୍ଧି ପାଇଁ। ସେ ପୁଣି ଅଶିକ୍ଷିତ ମୂର୍ଖ ନୁହନ୍ତି ଆମ ଦେଶର ନେତା ଯାହାଙ୍କ ହାତରେ ବନ୍ଧା ଆମ ପ୍ରଗତିର ଡୋରୀ। ଏପରି ଏକ ଖବର ସାମ୍ନାକୁ ଆସିଛି।  ଦୁଇଟି ପୃଥକ ଘଟଣାରେ ଦିଲ୍ଲୀ ଓ ଗୋଆର ଦୁଇ ଜଣ ବରିଷ୍ଠ ଅଧିକାରୀ ସ୍ୱାଧୀନତା ଦିବସକୁ ସାଧାରଣତନ୍ତ୍ର ଦିବସ ବୋଲି କହିଥିବାର ଦେଖିବାକୁ ମିଳିଛି।

ନିକଟରେ ଦିଲ୍ଲୀରୁ ଜାରି କରାଯାଇଥିବା ଏକ ପରାମର୍ଶ ପତ୍ରରେ ସ୍ୱାଧୀନତା ଦିବସକୁ ସାଧାରଣତନ୍ତ୍ର ଦିବସ ବୋଲି ଉଲ୍ଲେଖ କରାଯାଇଛି। ଯାହାକି ଏବେ ଖୁବ୍‌ ଚର୍ଚ୍ଚା ପାଲଟିଛି।ସେହିପରି ଗୋଆର ରାଜ୍ୟ ସରକାରୀ ଯୁଗ୍ମ ସଚିବ  ଭୁଲ୍‌ବଶତଃ ସ୍ୱାଧୀନତା ଦିବସକୁ ଗଣତନ୍ତ୍ର ଦିବସ କରିଥିବାର ନଜର ଆସିଛନ୍ତି।ଏହି ରାଜ୍ୟର ବିରୋଧୀ ଦଳ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାଓ୍ଵନ୍ତଙ୍କୁ ନିନ୍ଦା କରିବା ସହ ଏପରି ଏକ ମହାନ ଦିବସକୁ ଭୁଲ୍‌ କରି କହିଥିବା ହେତୁ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

ପଢନ୍ତୁ: ନିଷ୍କାସିତ ହେଲା ହୀରାକୁଦର ପ୍ରଥମ ଜଳ

Related posts

ଭାରତକୁ ପାକିସ୍ତାନ ରାଷ୍ଟ୍ରପତିଙ୍କ ଧମକ

Ratnamani Moharana

ଗଣତିକୁ ଆଉ ଦୁଇ ଦିନ: ନେତାମାନେ ଏବେ ମନ୍ଦିରରେ ବ୍ୟସ୍ତ

Ratnamani Moharana

ବିଜେପୁର ଉପନିର୍ବାଚନ : ରୀତା ସାହୁ ୪୧,୯୩୩ ଖଣ୍ଡ ଭୋଟ୍‌ରେ ହରାଇଲେ ଅଶୋକ ପାଣିଗ୍ରାହୀଙ୍କୁ 

ENO Beuro

1 comment

ଦେଶ ପାକିସ୍ତାନୀ ବିବାହରେ ଗୀତ ଗାଇ ଭାରତରେ ବ୍ୟାନ ହେଲେ ମିକା ସିଂହ August 14, 2019 at 1:33 pm

[…] ସ୍ୱାଧୀନତା ଦିବସକୁ ସାଧାରଣତନ୍ତ୍ର ଦିବସ ବ… […]

Leave a Comment