News

କୋଟିଆବାସୀ କାହାର ? ଓଡ଼ିଶାର ନା ଆନ୍ଧ୍ରର

ଓଡିଶା ଓ ଆନ୍ଧ୍ରର ବିବାଦୀୟ ଅଞ୍ଚଳ କୋଟିଆ

ଆଗକୁ ଆସୁଛି ନିର୍ବାଚନ।  ନିର୍ବାଚନ ଲାଗି ସାରା ଭାରତ ଏବେ ସରଗରମ। କେଉଁଠି ପ୍ରାର୍ଥୀପତ୍ର ତାଲିକାକୁ ନେଇ ପ୍ରତିଦ୍ୱନ୍ଦିତା ତ କେଉଁଠି ଦଳ ବଦଳକୁ  ନେଇ ଚ୍ଚର୍ଚା। ଏ ସବୁ ମଧ୍ୟରେ ଓଡିଶାବାସୀ ଭୁଲିଯାଇଛନ୍ତି ଏକ  ସମସ୍ୟା, ଏକ ସମ୍ପ୍ରଦାୟକୁ । ଯେଉଁ ସମ୍ପ୍ରଦାୟର ବସବାସୀ ମାନେ ସବୁଦିନ ଅଲୋଡା ହେଉଥିବାବେଳେ କେବଳ ନିର୍ବାଚନ ସମୟରେ ହିଁ ଆଦର କରିଥାଏ ରାଜନୈତିକ ଦଳ ଓଡିଶା ସରକାର । ଏପରି ଏକ ସମ୍ପ୍ରଦାୟ ହେଉଛି କୋଟିଆବାସୀ

ଓଡ଼ିଶା-ଆନ୍ଧ୍ର  ସୀମାରେ ଥିବା ଏହି ବିବାଦୀୟ ଅଞ୍ଚଳର ଲୋକେ କାହାର ଓଡିଶାର ନା ଆନ୍ଧ୍ରର ସେମାନେ ମଧ୍ୟ ଆଶଙ୍କାରେ। ତେବେ

ଆନ୍ଧ୍ରପ୍ରଦେଶ ସରକାର ଏଠାକାର ଲୋକଙ୍କୁ ବିଭିନ୍ନ ଯୋଜନା ସାମିଲ କରିବା ସହ କୋଟିଆବାସୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ଅହରହ ଉଦ୍ୟମ କରୁଛନ୍ତି। ତେଣୁ ଏଥର ନିର୍ବାଚନରେ କୋଟିଆବାସୀ କେଉଁ ରାଜ୍ୟର ଭୋଟର ହେବେ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। କୋଟିଆବାସୀଙ୍କ ପାଖରେ ଉଭୟ ରାଜ୍ୟର ଭୋଟର କାର୍ଡ ରହିଛି। ସେହିପରି ଏଠାରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ପାଇଁ ଭୋଟ ନିଆଯିବ। ତେବେ ଗୋଟିଏ ଦିନରେ ଅର୍ଥାତ ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟରେ ଏଠାରେ ଭୋଟ ଗ୍ରହଣ ହେଉଥିବାରୁ କୋଟିଆବାସୀ କେଉଁ ରାଜ୍ୟ ପାଇଁ ଭୋଟ ଦେଉଛନ୍ତି, ଏବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ପଢନ୍ତୁ: କାଶ୍ମୀରରେ ୪ ଜଣ ଆତଙ୍କୀ ନିହତ କଲେ ସୁରକ୍ଷା ବାହିନୀ

Related posts

ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କଲେ ମାଓବାଦୀ

Ratnamani Moharana

ଏୟାର କଣ୍ଡିସନର ତାପମାତ୍ରାରେ ଲଗାମ ୨୪ ଡିଗ୍ରିରୁ ତଳକୁ ଖସିବନି

ENO Beuro

ଏଥର ଚାଷୀଙ୍କ ଖାତାକୁ ସିଧାସଳଖ ୪୦୦୦ ଟଙ୍କା ଦେବେ କେନ୍ଦ୍ର ସରକାର

ENO Beuro

Leave a Comment