News

ମନ୍ଦିରରୁ ମସଜିଦ୍, ସବୁଠି ଚାଲିଛି ଭାରତ ପାଇଁ ପ୍ରାର୍ଥନା; ଜନ୍ମମାଟିରୁ ଇଂଲଣ୍ଡକୁ ପଠାଗଲା ମାଟି

Untitled 1

ଟିମ୍ ଇଣ୍ଡିଆକୁ ପୁରା ଦେଶରୁ ମିଳୁଛି ସମର୍ଥନ। ହେଲେ ଏବେ କିଛି ନିଆରା ଶୁଭେଚ୍ଛା ଓ ଶୁଭକାମନା  ଭାରତୀୟ ଟିମ୍ ପାଇଁ ଇଂଲଣ୍ଡ ପଠାଯାଇଛି। ବିଶ୍ୱକପର ପ୍ରଥମ ସେମି ଫାଇନାଲ୍ ମ୍ୟାଚରେ ଆଜି ଟିମ୍ ଇଣ୍ଡିଆର ଟକ୍କର ହେବ ନ୍ୟୁଜିଲାଣ୍ଡ ସହ । ମାଞ୍ଚେଷ୍ଟରରେ ଖେଳାଯିବ ମହାମୁକାବିଲା । ଚତୁର୍ଥ ଥର ପାଇଁ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ ଭାରତ ।  ଉତ୍ତରପ୍ରଦେଶର ପ୍ରୟାଗରାଜରେ କିଛି କ୍ରୀଡ଼ାପ୍ରେମୀ  ସଙ୍ଗମସ୍ଥଳୀରେ ପ୍ରାର୍ଥନା କରିଛନ୍ତି । ସେହିପରି ଆଉ କିଛି କ୍ରୀଡ଼ାପ୍ରେମୀ ଦରଘାରେ ଚାଦର ଚଢ଼ାଇଛନ୍ତି । ତେବେ ଭାରତୀୟ ଟିମ୍‌ର ସବୁ ଖେଳାଳୀଙ୍କ ପାଖକୁ ପହଞ୍ଚାଯାଇଛି ତାଙ୍କ ଜନ୍ମଭୂମିର ମାଟି।

ତେବେ କେବଳ ପ୍ରୟାଗରାଜ ନୁହେଁ ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ କ୍ରିକେଟପ୍ରେମୀ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଭାରତ ଇଂଲଣ୍ଡଠାରୁ ହାରିବା ପରେ ବାଂଲାଦେଶ ଓ ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ପହଂଚିଛି ।

ପଢନ୍ତୁ: ଆଜି ପ୍ରଥମ ସେମିରେ ଭାରତ ବନାମ ନ୍ୟୁଜିଲାଣ୍ଡ

Related posts

ରାଜୀବ ଗାନ୍ଧୀଙ୍କ ଶୈଳୀରେ ମୋଦିଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରୁଛନ୍ତି ମାଓବାଦୀ

ENO Beuro

ଛାତ୍ରବାସରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ, ରାଜସ୍ଥାନ ସରକାର

ENO Beuro

ପୁରୀରେ ସଡକ ଦୁର୍ଘଟଣା: ଭାରସାମ୍ୟ ହରାଇ ନାଳକୁ ଖସି ପଡିଲା ବୋଲେରୋ ,୫ ମୃତ

ENO Beuro

Leave a Comment