26 C
Bhubaneswar
January 19, 2021
EnewsOdia.Com
ନ୍ୟୁଜ୍

ଅଭିନବ ଉପାୟରେ ଯୁବକଙ୍କ ପ୍ରତିବାଦ

ଟ୍ରାଫିକ  ନିୟମକୁ ନେଇ ସାରା ଦେଶ ହୁଲୁସ୍ତୁଲ ହେଉଥିଲାବେଳେ ବହୁତ ଲୋକ ଏହାକୁ ନମାନି ଫାଇନ ଦେଉଥିବା ଏକ ସାଧାରଣ କଥାରେ ପରିଣୀତ ହୋଇଗଲାଣି। ମୁଣ୍ଡରେ ହେଲମେଟ ପିନ୍ଧି ଗାଡି ଚଳାଇଲେ ଦୁର୍ଘଟଣା ଜନିତ ମୃତ୍ୟୁ କମିବାର ଆଶାନେଇ ଏପରି କିଛି ନିୟମ ଚଳାଇଛି ସରକାର। ଗାଡି ଚଳାଇବାବେଳେ ହେଲମେଟ ଅନିର୍ବାଜ୍ୟ ଥିବାବେଳେ ଯାଜପୁରର କିଛି  ଯୁବକ ହେଲମେଟ ପିନ୍ଧି ରାସ୍ତାରେ ଶୋଇ ଅଭିନବ ଉପାୟରେ ପ୍ରତିବାଦ କରୁଥିବା ଏଭଳି ଦୃଶ୍ୟ ଯାଜପୁର ଜିଲ୍ଲା ଜେନାପୁର ଥାନା ବଙ୍ଗଳା ଛକ ନିକଟରେ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ଚଣ୍ଡିଖୋଲରୁ କଳିଙ୍ଗନଗର, ସୁକିନ୍ଦା ଖଣି ଅଞ୍ଚଳ ଏବଂ ତାଳଚେରକୁ ସଂଯୋଗ କରୁଥିବା ଏହି ୫୩ ନଂ ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ମରାମତି ଅଭାବରୁ ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇଛି। ଯାହାଫଳରେ ଅନେକ ଦୁର୍ଘଟଣାରେ  ଘଟୁଛି। କିଛିଦିନ ପୂର୍ବେ ଉକ୍ତ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା।କଳିଙ୍ଗନଗର ଥାନା ତାଳଜଙ୍ଗା ଗାଁର ଏକ ଦମ୍ପତି ବାଇକ୍‌ରେ ଯାଉଥିଲେ। ପଙ୍କପାଳ ବଙ୍ଗଳା ଛକ ନିକଟରେ ସେମାନଙ୍କ ଉପରେ ଏକ ଆଇରନ୍‌ ବୋଝେଇ କ୍ରୋମାଇଟ୍‌ ଡମ୍ପର ଓଲଟି ପଡ଼ିଥିଲା। ଆଉ ଡମ୍ପର ତଳେ ଚାପି ହୋଇଯାଇଥିଲେ ଦମ୍ପତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ରୋମାଇଟ୍‌ ତଳୁ ଉଦ୍ଧାର କରି ଥିଲେ।

ବାରମ୍ବାର ଏନେଇ ଅଭିଯୋଗ ପରେବି କୌଣସି ପଦକ୍ଷେପ ନିଆନଯିବାରୁ। ଆଜି ଏଭଳି ପ୍ରତିବାଦ ପ୍ରଦର୍ଶନ କରିଥିଲେ ଯାଜପୁର ସଚେତନ ନାଗରିକ ମଞ୍ଚ। ବହୁସମୟ ଧରି ରାସ୍ତାରେ ଅବରୋଧ ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ପୁଲିସ ଆସି ବୁଝାସୁଝା କରିବାରୁ ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ।

ପଢନ୍ତୁ: ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଇ ଚାଲାଣ ଭରିଲେ ବାବୁଶାନ

Related posts

ପ୍ରସ୍ତୁତ ହେଲା କରୋନାର ନିରାକରଣ ! ଆଗାମୀ ମାସରୁ ମଣିଷଙ୍କ ଉପରେ ହେବ ପରୀକ୍ଷଣ

Ratnamani Maharana

ବସରେ ଲାଗିବ ‘ଆଣ୍ଟି ସ୍ଲିପ ଡିଭାଇସ’, ଏଣିକି ଚାଳକ ଅସାଵଧାନ ହେଲେ ବାଜି ଉଠିବ ସାଇରନ

Ratnamani Maharana

ଏ ବର୍ଷ ହେବନି ପ୍ରଶ୍ନପତ୍ର ଲିକ୍

Ratnamani Maharana

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More