News

ମତଦାନ ପରେ ହାତ କାଳି ଛଡାଇବା ପାଇଁ ଗୁଗୁଲ ସର୍ଚ୍ଚ କରୁଛନ୍ତି ଲୋକ

ଗୁଗୁଲ  ଆଜିର ଦିନରେ କେତେ ବ୍ୟବହାର କରାଯାଉଛି ତାହା ତ ସମସ୍ତେ ଜାଣନ୍ତି। ଯେ କୌଣସି ଦ୍ଵନ୍ଦ, ଅସୁବିଧାରର ସମାଧାନ ହେଉ ଅଥବା କୌଣସି ବିଷୟରେ ଥିବା ଆବଶ୍ୟକୀୟ ଜ୍ଞାନ  ସବୁ କିଛି ମିଳିଯାଉଛି ଏଥିରୁ। ତେବେ ଆଜି ଯେଉଁ ଖବର ଅଛି ତାହା ସମ୍ପୂର୍ଣ ଅଲଗା।  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ପରେନିର୍ବାଚନକୁ ନେଇ ଲୋକମାନଙ୍କ ମନରେ ସନ୍ଦେହ ରହିବା ସ୍ଵାଭାବିକ। ତେବେ ଗୁଗୁଲରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ହାତରେ ଲାଗିଥିବା କାଳୀକୁ  କିପରି ଛଡାଯିବା ଏନେଇ ଅନେକ ଲୋକ ଗୁଗୁଲରେ ସର୍ଚ କରିଥିବା ନଜର ଆସିଛି।

ଏହି ସର୍ଭେ ଅନୁସାରେ ଆନ୍ଧ୍ରପ୍ରଦେଶ  ଆଗରେ ରହିଥିଲାବେଳେ ପଛକୁ ତେଲେଙ୍ଗାନା, ଦିଲ୍ଲୀ,ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶର ଲୋକେ ଏହା ଅଧିକ ମାତ୍ରାରେ ସର୍ଚ୍ଚ କରିଥିବା ଜଣାପଡିଛି। ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଥର ଏହା ସର୍ଚ୍ଚ କରଯାଇଥିଲା। ତେବେ ଗତ ୨ ସପ୍ତାହ ମଧ୍ୟରେ ଅନଲାଇନ  କିପରି ଭୋଟ ଦିଆଯିବ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ଗୁଗୁଲ ରିପୋର୍ଟରେ ପ୍ରକାଶ ପାଇଛି।

ପଢନ୍ତୁ: ଇଭିଏମ୍‌ରେ ବନ୍ଦ ୨୧୭ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ

Related posts

ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ବିଚାର ନିମିତ୍ତ ସ୍ୱତନ୍ତ୍ର କୋର୍ଟ – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ଆସାମରେ ବିଷାକ୍ତ ମଦପିଇ ୫୩ ମୃତ 

ENO Beuro

ଆସାମରେ ଉଗ୍ରବାଦୀଙ୍କ ଆକ୍ରମଣ, ୫ ସାଧାରଣ ଲୋକଙ୍କ ମୃତ୍ୟୁ

ENO Beuro

Leave a Comment