Loading...

ପ୍ରତିଦିନ ସାଇବର ଆକ୍ରମଣର ଶିକାର ହେଉଛି ଇସ୍ରୋ

ପ୍ରତିଦିନ ସାଇବର ଆକ୍ରମଣର ଶିକାର ହେଉଛି ଇସ୍ରୋ

କେରଳ କୋଚିଠାରେ ଅନୁଷ୍ଠିତ ଦୁଇଦିନିଆ ଅନ୍ତର୍ଜାତୀୟ ସାଇବର ସମ୍ମିଳନୀ ଉଦ୍ଘାଟନ ହୋଇଯାଇଛି। ଏଥିରେ ଯୋଗ ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ।

କେରଳ କୋଚିଠାରେ ଅନୁଷ୍ଠିତ ଦୁଇଦିନିଆ ଅନ୍ତର୍ଜାତୀୟ ସାଇବର ସମ୍ମିଳନୀ ଉଦ୍ଘାଟନ ହୋଇଯାଇଛି। ଏଥିରେ ଯୋଗ ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ। ଏହି ଉତ୍ସବରେ  ଯୋଗ ଦେବା ଅବସରେ ସେ କେବଳ ସାଧାରଣ ଜନତା ନୁହେଁ ଇସ୍ରୋ ମଧ୍ୟ ସାଇବର ଆକ୍ରମଣର ଶିକାର ହେଉଥିବା କଥା କହିଛନ୍ତି। ସୋମନାଥଙ୍କ କହିବାନୁସାରେ, ଇସ୍ରୋ ଉପରେ ପ୍ରତିଦିନ ୧୦୦ରୁ ଅଧିକ ସାଇବର ଆକ୍ରମଣ ହେଉଛି।ଅତ୍ୟାଧୁନିକ ସଫ୍ଟୱେର ଓ ଚିପ୍-ଭିତ୍ତିକ ହାର୍ଡୱେର ବ୍ୟବହାର କରୁଥିବା ରକେଟ୍ ଟେକ୍ନୋଲୋଜି ଉପରେ ସାଇବର ଆକ୍ରମଣର ସମ୍ଭାବନା ସବୁଠାରୁ ଅଧିକ। କିନ୍ତୁ ଏପରି ଆକ୍ରମଣର ମୁକାବିଲା କରିବା ପାଇଁ ଇସ୍ରୋ ପାଖରେ ବି ଅଛି ବଳିଷ୍ଠ ସାଇବର ସୁରକ୍ଷା ନେଟ୍‌ୱାର୍କ।ସଫ୍ଟୱେର ବ୍ୟତୀତ ଇସ୍ରୋ ରକେଟ୍‌ ଭିତରେ ଲାଗିଥିବା ବିଭିନ୍ନ ହାର୍ଡୱେର ଚିପ୍‌ର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପରୀକ୍ଷା ମଧ୍ୟ କରିଥାଏ। 

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.