LIFESTYLE

ବିବାହ କରିବାକୁ ମନ ବଳାଇଛନ୍ତି କି ? ଜାଣନ୍ତୁ ବିବାହ କରିବାର ସଠିକ ବୟସ

marriage

ପୁରୁଷ ହୁଅନ୍ତୁ କିମ୍ବା ମହିଳା ନିଜ ବିବାହକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ ।  ଆଉ ସବୁଠାରୁ ବଡ ପ୍ରଶ୍ନ ହେଉଛି କେଉଁ ବୟସରେ ବିବାହ କରିବା ସର୍ବୋତ୍କୃଷ୍ଟ ? ବିବାହ ପାଇଁ ଉଚିତ ସମୟ ଓ ଉଚିତ କେଉଁଟା ? ଏକ ଗବେଷଣାରୁ ଜଣାପଡିଛି ଯେଉଁ ଲୋକମାନେ ୨୮ ରୁ ୩୨ ବର୍ଷ ବୟସ ମଧ୍ୟରେ ବିବାହ କରନ୍ତି ସେମାନଙ୍କ ବୈବାହିକ ଜୀବନ ବେଶି ଦିନ ଯାଏଁ ଚାଲିଥାଏ । ଏମାନଙ୍କ ମଧ୍ୟରେ ଛାଡପତ୍ରର ଆଶଙ୍କା କମ ଥାଏ ।

ଏହି ଗବେଷଣା ‘ଇଉନିଭର୍ସିଟି ଅଫ ଉଟାହ’ ର ଗବେଷକମାନଙ୍କ ଦ୍ଵାରା କରାଯାଇଥିବା ଏହି ଗବେଷଣା ମୁତାବକ ୨୦ ବର୍ଷ ବୟସ ପୂର୍ବରୁ ହେଉଥିବା ବିବାହ ଅଧିକ ସମୟ ତିଷ୍ଠି ରହେ ନାହିଁ । ସେହିଠାରେ ୨୮ ରୁ ୩୨ ବର୍ଷ ବୟସ ମଧ୍ୟରେ ହେଉଥିବା ବିବାହ ଅଧିକ ଦିନ ଚାଲିଥାଏ ।

ଗବେଷଣାରୁ ଆଶ୍ଚର୍ଯ୍ୟଜନିତ କଥା ସାମନାକୁ ଆସିଛି ଯେ, ୩୫ ବର୍ଷ ପରେ ୪୦ ରୁ ୪୨ ବର୍ଷ ମଧ୍ୟରେ ହେଉଥିବା ବିବାହରେ ଛାଡପତ୍ରର ଆଶଙ୍କା ସବୁଠାରୁ ଅଧିକ ଥାଏ । ବିବାହ ପରେ ଅତିବାହିତ ହେଉଥିବା ବର୍ଷ ସହିତ ଏହି ଆଶଙ୍କା ଆହୁରି ୫% ବଢିଯାଏ ।

ଗବେଷଣାରୁ ଜଣାପଡିଛି ଯେଉଁ ଲୋକମାନେ ବିବାହ ପାଇଁ ୩୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି ସେମାନଙ୍କ ମନରେ ବିବାହ ବିଚ୍ଛେଦର ଭୟ ଅଧିକ ଥାଏ ।

ଏହି ଗବେଷଣାରେ ଏହା ମଧ୍ୟ କୁହାଯାଇଛି ଯେ , ଯେଉଁମାନେ ୩୦ ବର୍ଷ ବୟସ ପରେ ବିବାହ କରନ୍ତି ସେମାନେ ଅଧିକ ବୁଦ୍ଧିମାନ ହୋଇଥାନ୍ତି ଓ ଆର୍ଥିକ ଅବସ୍ଥା ମଧ୍ୟ ସ୍ବଚ୍ଛଳ ଥାଏ । ଯାହା ଫଳରେ ବିବାହ ଅଧିକ ଦିନ ତିଷ୍ଠି ରହେ ।

marriage

 

ପଢନ୍ତୁ, ବଦଳୁଥିବା ଋତୁ ସହିତ ନିଜକୁ ମଧ୍ୟ ବଦଳାନ୍ତୁ, ଏହି ଦିଗଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । 

Related posts

୫ଟି ଭୟଙ୍ଗର ରୋଗରୁ ମୁକ୍ତି ଦେଇଥାଏ ଧନିଆ ଗୁଣ୍ଡ ;ଆସନ୍ତୁ ଜାଣିବା ଧନିଆ ଗୁଣ୍ଡର କେତେକ ଉପକାରିତା ବିଷୟରେ

ENO Beuro

ଅଧିକ ଲୁଣ ଖାଉଛନ୍ତି କି? ଜାଣିରଖନ୍ତୁ ପ୍ରତିଦିନ କେତେ ଲୁଣ ଖାଇବା ଶରୀର ପାଇଁ ଭଲ?

ENO Beuro

ଗୋରା ଓ ସୁନ୍ଦର ତ୍ଵଚା ପାଇଁ ବ୍ୟବହାର କରନ୍ତୁ ଆଳୁର ଫେସପ୍ୟାକ୍

ENO Beuro

Leave a Comment