Loading...

ପୁରୀରେ ଗୋସାଣୀ ଯାତରେ ବିଦାୟ ନେଲେ ମା’

ପୁରୀରେ ଗୋସାଣୀ ଯାତରେ ବିଦାୟ ନେଲେ ମା’

ଦୁର୍ଗତିନାଶିନୀ ମା’ ଦୁର୍ଗା ୧୬ ଦିନର ଲୀଳାଖେଳ ସାରି ଧରାପୃଷ୍ଠରୁ ପୁଣିଥରେ ବିଦାୟ ନେଇଛନ୍ତି। ଶ୍ରୀକ୍ଷେତ୍ରର ଅନନ୍ୟ ଗୋସାଣୀ ଯାତ୍ରାରେ ଏକାଠି ହେବା ପରେ ମା’ଙ୍କୁ ମେଲାଣି ଦିଆଯାଇଛି।

ଦୁର୍ଗତିନାଶିନୀ ମା’ ଦୁର୍ଗା ୧୬ ଦିନର ଲୀଳାଖେଳ ସାରି ଧରାପୃଷ୍ଠରୁ ପୁଣିଥରେ ବିଦାୟ ନେଇଛନ୍ତି। ଶ୍ରୀକ୍ଷେତ୍ରର ଅନନ୍ୟ ଗୋସାଣୀ ଯାତ୍ରାରେ ଏକାଠି ହେବା ପରେ ମା’ଙ୍କୁ ମେଲାଣି ଦିଆଯାଇଛି। ଶ୍ରୀମନ୍ଦିର ସିଂହଦ୍ବାରରେ ବିଭିନ୍ନ ସାହିରୁ ମୃଣ୍ମୟ ମୂର୍ତ୍ତି, ମେଢ଼ ଶୋଭାଯାତ୍ରାରେ ଆସି ସିଂହଦ୍ବାର ଦେବସଭାରେ ଏକତ୍ର ହେବା ପରେ ବିଳମ୍ବିତ ରାତିରେ ଶ୍ରୀସେତୁ ନିକଟ ଅସ୍ଥାୟୀ ପୋଖରୀରେ ବିସର୍ଜନ ହୋଇଛନ୍ତି। 

ସୂଚନାନୁସାରେ, ଗତକାଲି ଶ୍ରୀମନ୍ଦିର ନୀତିକାନ୍ତି ସହ ଜଡ଼ିତ ମା’ କାକୁଡ଼ିଖାଇଙ୍କ ମୃଣ୍ମୟ ମୂର୍ତ୍ତି ଶୋଭାଯାତ୍ରା ସହକାରେ ବିସର୍ଜନ ପରେ ଆଜି ବିଭିନ୍ନ ପୂଜାମଣ୍ଡପରେ ବିସର୍ଜନ ନୀତି ସହ ଦେବସଭା ଓ ମୂର୍ତ୍ତି ବିସର୍ଜନ ପର୍ବ ଆରମ୍ଭ ହୋଇଥିଲା। ଆଜି ସନ୍ଧ୍ୟାରୁ ଗୋଟିଏ ପରେ ଗୋଟିଏ ମେଢ଼ ଦେବସଭାରେ ସାମିଲ୍‌ ହେବା ପରେ ବିଳମ୍ବିତ ରାତିରେ ମେଲାଣି ଦିଆଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.