Entertainment

ରଜନୀକାନ୍ତଙ୍କ ଫିଲ୍ମକୁ ମିଳିଲା ମଞ୍ଜୁରୀ: ‘କାଲା’ଫିଲ୍ମର ରିଲିଜ୍ ରୋକାଯିବନି

ରଜନୀକାନ୍ତଙ୍କ କାଲାକୁ ରିଲିଜ ପାଇଁ ମିଳିଲା ମଞ୍ଜୁରୀ

ଦେଶର ସର୍ବୋଚ ନ୍ୟାୟାଳୟ ବୁଧବାର ସାଉଥ୍‌ ସୁପର୍‌ଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘କାଲା’ର ରିଲିଜ୍‌ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମ୍‌କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ବୁଧବାର ଖାରଜ କରିଛନ୍ତି। ଜଷ୍ଟିସ୍‌ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ସବୋର୍ଚ୍ଚ ନ୍ୟାୟାଳୟର ଏକ ଅବକାଶ ଖଣ୍ଡପୀଠ ଫିଲ୍ମର ରିଲିଜ୍‌ ଉପରେ ରହିତାଦେଶ ନେଇ କେ. ରାଜଶେଖରାଙ୍କ ପକ୍ଷରୁ ହୋଇଥିବା ଆବେଦନର କୌଣସି ଯୋଗ୍ୟତା ନ ଥିବା ଦର୍ଶାଇଥଲେ।

ଆଜି ତାମିଲନାଡ଼ୁର ୭୦୦ ସିନେମାହଲ୍‌ରେ କାଲା ମୁକ୍ତିଲାଭ କରିବ। ତେବେ ରାଜ୍ୟରେ ଯେଭଳି ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ନଯାଏ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗତକାଲି କର୍ଣ୍ଣାଟକ ହାଇକୋର୍ଟ ଚଳଚ୍ଚିତ୍ରର ରିଲିଜ ପାଇଁ ଅନୁମତି ଦେବା ସହ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପଢନ୍ତୁ; ଆଜି ଗଡିବନି ଅଟୋ ଓ ଟ୍ୟାକ୍ସି

Related posts

‘ପଦ୍ମାବତ’ ରିଲିଜ୍‌କୁ ନେଇ ଆଜି ୪ଟି ରାଜ୍ୟରେ ବ୍ୟାପକ ହିଂସା ଓ ପୋଡ଼ାଜଳା

ENO Beuro

ଉର୍ବଶୀ ରୌତେଲାଙ୍କ ଜାଲ୍ ଆଧାର କାର୍ଡ

ENO Beuro

ସାଇ ବାବାଙ୍କ ଏକ ଭିନ୍ନ ଧରଣର ଓଡିଆ ଭଜନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More