26.1 C
Bhubaneswar
September 28, 2021
EnewsOdia.Com
ଜୀବନଚର୍ଯ୍ୟା

ଋତୁସ୍ରାବ ସମୟରେ କରନ୍ତୁ ଏହି ଆରାମ ଦାୟକ ବ୍ୟାୟାମ

ଋତୁସ୍ରାବ ସମୟରେ ମହିଳାଙ୍କ ଶରୀରରେ ଅନେକ ପ୍ରକାରର ହର୍ମୋନାଲ ପରିବର୍ତ୍ତନ ଦେଖାଦେଇଥାଏ । କିଛି ମହିଳା ମାନଙ୍କ ପେଟରେ ଦରଜ ହେଉଥିବା ବେଳେ ଆଉ କିଛି ମହିଳା ଏହି ସମୟରେ ସ୍ୱାଭାବିକ ଭାବେ ଦୈନନ୍ଦିନ କାମ କରିଥାନ୍ତି । ଋତୁସ୍ରାବ ସମୟରେ ବ୍ୟାୟାମ କରିବାକୁ ନେଇ ଅନେକ ମହିଳା କନଫ୍ୟୁଜ୍ ଥାଆନ୍ତି ।   ଗୋଟେ ପଟେ ପେଟରେ ଯନ୍ତ୍ରଣା ତ ଅନ୍ୟ ପଟେ ୱାର୍କଆଉଟ ଗ୍ୟାପକୁ ନେଇ ଚିନ୍ତିତ ଥାଆନ୍ତି । ତେବେ ଆସନ୍ତୁ ଯାଣିବା ଋତୁସ୍ରାବ ସମୟରେ ମଧ୍ୟ ଆପଣ କେମିତି ନିଜକୁ ରଖିପାରିବେ ଫିଟ୍ ।

 

୧) କିଛି ଲୋକଙ୍କ କହିବା ଅନୁସାରେ ଋତୁସ୍ରାବ ସମୟରେ ୱାର୍କଆଉଟ କଲେ ଅଧିକ ରକ୍ତସ୍ରାବ ହୋଇଥାଏ । କିନ୍ତୁ ଯଦି ଡାକ୍ତରଙ୍କ କଥା ମାନିବା ତାହେଲେ ଆପଣ ଏହି ସମୟରେ ଲାଇଟ ୱାର୍କଆଉଟ କରିପାରିବେ । ଆପଣ ଆପଣଙ୍କ ଏକ୍ସରସାଇଜ ଗୁଡ଼ିକୁ ନିଜ ପିରିୟଡର୍ସ ର ଦିନ ଗୁଡ଼ିକ ସହିତ ପ୍ଲାନ କରିନିଅନ୍ତୁ ।  ପ୍ରାରମ୍ଭିକ ଦିନ ଗୁଡ଼ିକରେ ଷ୍ଟ୍ରେଚିଙ୍ଗ ଭଳି ଏକ୍ସରସାଇଜକୁ ଆଭୋଏଡ କରନ୍ତୁ ।

୨) ପିରିୟଡର୍ସ ସମୟରେ ଯୋଗ କରିବା ଆପଣଙ୍କ ପାଇଁ ଖୁବ ଲାଭଦାୟକ ହୋଇପାରିବ । ଏହାଦ୍ୱରା ଯନ୍ତ୍ରଣା ସହିବାର କ୍ଷମତା ମିଳିବା ସହ ନିଜକୁ ହାଲୁକା ଅନୁଭବ ହେବା ସହ ଏକାଗ୍ରତା ବୃଦ୍ଧି ହୋଇଥାଏ । ଶୀର୍ଷାସନ, ସର୍ବାଙ୍ଗାସନ, କପାଳଭାରତୀ ଭଳି ଆସନ କରନ୍ତୁ ନାହି ।

୩) ପିରିୟଡର୍ସ ସମୟରେ ପ୍ରାଣାୟମ ଆୁଣଙ୍କ ପାଇଁ ଖିୁବ ଲାଭଦାୟକ ରହିବ । ଅନୁଲୋମ ବିଲୋମ କରିବା ଦ୍ୱାରା ନିଜକୁ ହାଲୁକା ଅନୁଭବ କରିବା ସହ ଏକାଗ୍ରତା ବୃଦ୍ଧି ହୋଇଥାଏ । ହାଲୁକା ବ୍ୟାୟାମ କରିବା ଦ୍ୱାରା ଆପଣ ନିଜକୁ ଫିଟ ତ ରଖିବେ ଏହା ସହ ଆପଣଙ୍କ ବ୍ୟାୟାମ ରୁଟିନରେ ମଧ୍ୟ କୌଣସି ବ୍ୟାଘାତ ଆସିବ ନାହିଁ ।

୪)  ପିରିୟଡର୍ସ ଆରମ୍ଭ ହେବା ପୂର୍ବରୁ ଏବଂ ଚାଲିଥିବା ସମୟରେ ମୁଡି ସ୍ୱିଙ୍ଗ ହେବା ସ୍ୱାଭାବିକ କଥା । ଆରମ୍ଭର କିଛି ଦିନ ପରେ ଏକୁଟିଆ ବସି ଗୋଟେ ସ୍ଥାନରେ ମେଡ଼ିଟେସନ କଲେ ଆପଣଙ୍କ ମୁଡ୍ ଭଲ ରହିବ । କିନ୍ତୁ ଯଦି ଆପଣଙ୍କ ମୁଡ ଏକ୍ସରସାଇଜ ବା ଯୋଗ କରିବାରୁ ବ୍ରେକ ନେବାକୁ ଚାହେଁ ତେବେ ଆପଣଙ୍କ ଏହି ସମୟରେ କେବଳ ଆରାମ ମଧ୍ୟ କରିପାରିବେ ।

ପଢନ୍ତୁ: ବିନା ବ୍ୟାୟାମ ଓ ଡାଏଟିଂରେ କମାନ୍ତୁ ନିଜର ଓଜନ, ଜାଣନ୍ତୁ ଏହାର ଉପାୟ

Related posts

ହେୟାର୍‌ ଡ୍ରାୟର୍‌ କେଶ ଶୁଖାଇବା ସହ କରିଥାଏ ଏହି ସବୁ କାମ

Ratnamani Maharana

ଓଜନ ଏବଂ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖେ ଏହି ପରିବା

Ratnamani Maharana

ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More