SPORTS

ପର୍ଥ ଟେଷ୍ଟ: ଭାରତ ୧୪୬ ରନରେ ପରାସ୍ତ

ଲିୟନ ମ୍ୟାନ ଅଫ ଦ ମ୍ୟାଚ,୧-୧ରେ ସିରିଜ ବରାବର

ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ଘରୋଇ ଅଷ୍ଟ୍ରେଲିଆ ଦଳ ସିରିଜକୁ ଫେରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ଶୋଚନୀୟ ପରାଜୟବରଣ କରିଛି। ୨୮୭ ରନର ବିଜୟ ଲକ୍ଷ୍ୟର ପିଛା କରି ଭାରତ ଦ୍ଵିତୀୟ ଇନିଙ୍ଗରେ ୧୪୦ ରନ କରି ଅଲ ଆଉଟ ହୋଇ ଯାଇଥିଲା।

austrelia

ଭାରତର ଶେଷ ବ୍ୟାଟସମ୍ୟାନ୍‌ ଯୋଡ଼ି ହନୁମା ବିହାରୀ ଏବଂ ଋଷଭ ପନ୍ତ ୫ମ ଦିନ ଖେଳ ଆରମ୍ଭ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ବୋଲରଙ୍କୁ ସାମନା କରିବାରେ ବିଫଳ ହୋଇଥିଲେ । ଗତକାଲିର ରନ୍‌ରେ ଆଉ ମାତ୍ର ୭ରନ ଯୋଡ଼ିଥିବା ବେଳେ ବ୍ୟକ୍ତିଗତ ଭାବେ ୨୮ ରନ୍‌ କରି ହନୁମା ବିହାରୀ ଷ୍ଟାର୍କଙ୍କ ଶିକାର ହୋଇଛନ୍ତି। ଷ୍ଟାର୍କ ହନୁମା ବିହାରୀଙ୍କୁ ହାରିସଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଦ୍ୱିତୀୟ ଇନିଙ୍ଗସରେ ଭାରତର ୬ଷ୍ଠ ଓ୍ଵିକେଟର ପତନ ଘଟାଇବା ସହିତ ଭାରତକୁ ପରାଜୟ ଆଡକୁ ନେଇଯାଇଥିଲା।

ଉଲ୍ଲେଖଯୋଗ୍ୟ,ପ୍ରଥମ ଟେଷ୍ଟ ଆଡିଲେଡରେ ଖେଳାଯାଇଥିଲା ଏବଂ ଏଥିରେ ଭାରତ ଜିତିଥିଲା । ପର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୨୬ ରନ ଓ ଦ୍ୱିତୀୟ ଇନିଂସରେ ୨୪୩ ରନ ସଂଗ୍ରହ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୨୮୩ ରନ ଏବଂ ଦ୍ୱିତୀୟ ଇନିଂସରେ ୧୪୦ ରନରେ ଅଲଆଉଟ ହୋଇଛି ।

ପଢନ୍ତୁ;“ଟାଇମଲେସ ଲକ୍ଷ୍ମଣ” ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

Related posts

ଶ୍ରୀଶାନ୍ତ ଆଜୀବନ ବାସନ୍ଦ : ବିସିସିଆଇକୁ ଉଚ୍ଚତମ ନ୍ୟାୟାଳୟ ନୋଟିସ୍‌

ENO Beuro

ଫୋର୍ବସ ଧନୀ ଖେଳାଳି ତାଲିକା: ଶ୍ରେଷ୍ଠ ୧୦୦ରେ କୋହଲି ଏକମାତ୍ର କ୍ରିକେଟର୍

ENO Beuro

ହକି ବିଶ୍ୱକପ୍‌ : କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More