News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

ପାକିସ୍ତାନରେ ନିର୍ବାଚନୀ ହିଂସା

ପାକିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ୨୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ନିକଟରେ ଥିବା ଲେଡି ରିଡିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପାକିସ୍ତାନର ପେଶାୱରରେ ୟାକାତୁତ ଅଂଚଳରେ ମଙ୍ଗଳବାର ରାତି ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଅତି କମରେ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ନିର୍ବାଚନ ପାଇଁ ଏକ ବୈଠକ ଚାଲିଥିବା ବେଳେ ଏହି ବୋମା ବିସ୍ଫୋରଣ ଘଟିଛି।

ବିସ୍ଫୋରଣରେ ମୃତକଙ୍କ ମଧ୍ୟରେ ଦଳର ଟାଣୁଆ ନେତା ହାରୁନ୍‍ ବିଲୋର ରହିଥିବା ପୁଲିସ କହିଛି। ହାରୁନ୍‍ ଖାଇବର ପାଖ୍‍ତୁନ୍‍ଖାୱା ପ୍ରଦେଶର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରର ସଦସ୍ୟ ଓ ଚଳିତ ନିର୍ବାଚନରେ ସେ ପ୍ରାର୍ଥୀ ଥିଲେ। ସେ ମଙ୍ଗଳବାର ସନ୍ଧ୍ୟାରେ ସମର୍ଥକମାନଙ୍କୁ ଉଦ୍‍ବୋଧନ ଦେବାକୁ ଯାଉଥିବାବେଳେ ତାଙ୍କୁ ଲକ୍ଷ୍ୟ କରି ଆକ୍ରମଣ ହୋଇଥିଲା।

ସୂଚନାଯୋଗ୍ୟ, ବିସ୍ଫୋରଣରେ ଅତି କମରେ ୧୨ କିଲୋ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଛି। ବିଲ୍ଲୋରଙ୍କ ପିତା ବସିର ଅହମଦ ମିଲ୍ଲୋର ମଧ୍ୟ ୨୦୧୩ରେ ପେଶାୱରରେ ପାର୍ଟିର ଏକ ବୈଠକରେ ତାଲିବାନ ଦ୍ୱାରା ଆତ୍ମଘାତି ଆକ୍ରମଣରେ ଜୀବନ ହାରଇଥିଲେ।

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ peswar

ପଢନ୍ତୁ; ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ସରଳ ଉପାୟ

Related posts

୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଆଧାର ଲିଙ୍କ କେମିତି କରିବେ ଜାଣନ୍ତୁ

ENO Beuro

ଭିନ୍ନକ୍ଷମ ଲୋକଙ୍କୁ ଆଉ ଅନ୍ୟର ସାହାଯ୍ୟ ଦରକାର ହେବନି , ସୌରଶକ୍ତିରେ ଚାଲିବ ହୁଇଲ୍‌ ଚେୟାର

ENO Beuro

ଦକ୍ଷିଣ ଆଫ୍ରିକାର ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ ‘ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୭’ ମୁକୁଟ ବିଜୟିନୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More