News

ପର୍ବତାରୋହୀ କଲ୍ପନା ଦାସଙ୍କ ମୃତ୍ୟୁ ତଦନ୍ତ ପାଇଁ ନେପାଳ ମାନବାଧିକାର କମିଶନରେ ପିଟିସନ

K2

ଏଭେରେଷ୍ଟ ଆରୋହଣ କରି ଫେରୁଥିବା ସମୟରେ ପର୍ବତାରୋହୀ କଲ୍ପନା ଦାସ ଓ ଅନ୍ୟ ୧୩ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ସେଠାକାର ପ୍ରଶାସନର ଅବହେଳା ବିରୋଧରେ ଓଡିଶାର ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ନେପାଳ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାଖଲ କରି ପର୍ବତାରୋହୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି।

୪୯ ବର୍ଷୀୟ କଳ୍ପନାଙ୍କର ଗତ ୨୩ ତାରିଖରେ ମୃତ୍ୟୁ ଘଟିଥିଲା। ତାଙ୍କୁ ମିଶାଇ ପର୍ବତାରୋହଣର ଏହି ଋତୁରେ ମୋଟ ୧୪ ଜଣ ପର୍ବତାରୋହୀଙ୍କର ମୃତ୍ୟୁ ହୋଇସାରିଲାଣି। କଲ୍ପନା ଓହ୍ଲାଇବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କର ,ମୃତଦେହ ବାଲକୋନୀ ଏରିଆରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସିଭିଲ ସୋସାଇଟି ଫୋରମ ଅନ ହ୍ୟୁମାନ ରାଇଟସର ୱର୍କିଙ୍ଗଗ୍ରୁପର କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନ(ନେପାଳ) ଙ୍କୁ ଦେଇଥିବା ପିଟିସନରେ ଦର୍ଶାଇଛନ୍ତି ଯେ, ନେପାଳ ସରକାର ଅର୍ଥ ଲୋଭରେ ବର୍ଷକୁ ବର୍ଷ ଅଧିକ ପର୍ବତାରୋହୀଙ୍କୁ ଅନୁମତି ଦେଉଛନ୍ତି। ଗତବର୍ଷ ୩୭୩ ଜଣଙ୍କୁ ଅନୁମତି ଦିଆଯାଉଥିବା ବେଳେ ଏବର୍ଷ ୩୭୮ ଜଣଙ୍କୁ ଅନୁମତି ମିଳିଛି। ମେ ମାସରେ ଅପେକ୍ଷାକୃତ ଅନୁକୂଳ ପାଗ ରହୁଥିବାରୁ ଏହି ସମୟରେ ହିଁ ସମସ୍ତେ ପର୍ବତାରୋହଣ କରିଥାନ୍ତି। ପୁଣି ଏମାନଙ୍କ ସଙ୍ଗେ ଜଣେ ଲେଖାଏଁ ନେପାଳୀ ଗାଇଡ ଯାଉଛନ୍ତି। ଅର୍ଥାତ ୭୫୦ରୁ ଅଧିକ ଚଢାଳୀ ଏକାସାଙ୍ଗେ ଯାଉଛନ୍ତି। ଯାହା ଫଳରେ ସେଠାରେ ପ୍ରବଳ ଭିଡ ଜମୁଛି। ଏଭଳିକି ତଳକୁ ଆସିବା ସମୟରେ ଜଣ ଜଣଙ୍କୁ ୧୦ ଘଣ୍ଟାରୁ ଅଧିକ ଅପେକ୍ଷା କରିବାକୁ ପଡୁଛି। ପୁଣି ଗୋଟିଏଦଉଡି ଲାଗିଥିବାରୁ ଚଢୁଥିବା ଲୋକ ଓ ଓଲ୍ଲାହୁଥିବା ଲୋକ ତାହାରି ଉପରେ ନିର୍ଭର କରୁଛନ୍ତି।

Kd
Kd

କାହିଁକି ଏତେ ସଂଖ୍ୟକ ଲୋକଙ୍କୁ ଅନୁମତି ମିଳୁଛି ଓ ଏତେ ଲୋକଙ୍କୁ କେଉଁ ଆଧାରରେ ଅନୁମତି ମିଳୁଛି ତାହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଏହି ଭିତରେ ଅଟକି ରହି ଗତ ସପ୍ତାହରେ କେତେକ ବିଦେଶୀ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଥିଲା। ତେବେ କଳ୍ପନାଙ୍କ କ୍ଷେତ୍ରରେ ସେଇଆ ହୋଇଛି ବା ଅନ୍ୟ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହାର ତଦନ୍ତ କରାଯିବା ଦରକାର ବୋଲି ସେ କମିଶନଙ୍କୁ ଜଣାଇଛନ୍ତି।
ପଢନ୍ତୁ: ଓଡ଼ିଆ ମହିଳା ଏଭରେଷ୍ଟ ଆରୋହରଣକାରିଣୀ କଳ୍ପନା ଦାସଙ୍କ ପରଲୋକ

Related posts

ଏନଡିଏମ୍ଏର 14ତମ ପ୍ରତିଷ୍ଠା ଦିବସକୁ ଉଦଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ

ENO Beuro

ଆଜି ଲାଲୁ ଯାଦବଙ୍କ ପୁଅ ବାହାଘର

ENO Beuro

ଟ୍ରକକୁ ପଛପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ,ଜଣେ ମୃତ

ENO Beuro

Leave a Comment