EnewsOdia.Com

ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀଙ୍କୁ ଅଙ୍ଗଦାନ କରିବାକୁ କୋର୍ଟରେ ଅପିଲ୍

ଏକା ସାଙ୍ଗରେ ୪ଜଣ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଏକାଠି ଫାଶୀ ଖୁଣ୍ଟରେ ଝୁଲାଯିବ।  ଦିଲ୍ଲୀର ଅଦାଲତ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ‘ମୃତ୍ୟୁ ପରଓ୍ଵାନା’ରେ ଚୂଡ଼ାନ୍ତ ମୋହର ଲଗାଇ ଦେବା ପରେ ଏବେ ସମଗ୍ର ଦେଶକୁ ଅପେକ୍ଷା ରହିଛି ତ କେବଳ ଜାନୁଆରି ୨୨ ତାରିଖ ସକାଳ ୭ଟା ସମୟକୁ। ତେବେ ଏହି ଦୁଷ୍କର୍ମକାରୀମାନେ ଅଙ୍ଗଦାନ କରିବା ପାଇଁ ସେମାନଙ୍କ ସହ ପରାମର୍ଶ କରିବା ଲାଗି ଯୋଜନା କରୁଛନ୍ତି ଆଇନଜୀବୀ ଆର୍ କପୁର। ଏନେଇ ସେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ମଧ୍ୟ ଆବେଦନ କରିସାରିଛନ୍ତି ।

ଆଇନଜୀବୀ ଆର୍ କପୁର କହିଛନ୍ତି ଯେ, ସେ ଡିସେମ୍ବର ୧୯ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଅଙ୍ଗଦାନ କରିବାକୁ ନେଇ ପରାମର୍ଶ କରିବା ଲାଗି ଜେଲ୍ ଅଧିକାରୀଙ୍କ ସହ ସଂପର୍କ କରିଥିଲେ । ମାତ୍ର ଜେଲ୍ ଅଧିକାରୀ ତାଙ୍କୁ କୋର୍ଟରୁ ଅନୁମତି ନେବା ପାଇଁ କହିଥିଲେ । ଫଳରେ ଆଇନଜୀବୀ ଆର୍ କପୁର ଗୁରୁବାର ଦିନ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏକ ଏନଜିଓ ରାକୋ ତରଫରୁ ଆବେଦନ କରିଛନ୍ତି । ଆବେଦନରେ ଦର୍ଶାଯାଇଛି ଯେ, ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀଙ୍କୁ ସେମାନଙ୍କ ଅଙ୍ଗଦାନ କରିବା ପାଇଁ ସେମାନଙ୍କ ସହ ପରାମର୍ଶ କରିବା ଲାଗି ଅନୁମତି ଦିଆଯାଉ ।
ପଢନ୍ତୁ: ଆଜିଠୁ ରାଜ୍ୟକୁ ଲେଉଟିବ ଶୀତ, ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ସମ୍ବନ୍ଧିତ ଖବର

ତେନ୍ଦୁଲକରଙ୍କୁ ମିଳିଲା ଲରିୟସ୍‌ ପୁରସ୍କାର

Ratnamani Maharana

ବଢ଼ିବ ରେଳ ଭଡ଼ା

Ratnamani Maharana

ବନ୍ଦ ହେବ IDEA ଓ ଭୋଡାଫୋନ୍‌!

Ratnamani Maharana

ଭୋଡ଼ାଫୋନ୍‌ କର୍ମଚାରୀଙ୍କୁ ଶୁକ୍ରବାର ମିିଳିବ ଅଧା ଛୁଟି

Ratnamani Maharana

ଆଜି ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

Ratnamani Maharana

ଶପଥ ଗ୍ରହଣ ପରେ ଆକ୍ସନ ମୁଡରେ କେଜ୍ରିୱାଲ

Ratnamani Maharana