• Home
  • News
  • ୧୬ ଦିନ ପରେ ତୈଳ ଦର କମିଲା ମାତ୍ର ୧ ପଇସା !
News

୧୬ ଦିନ ପରେ ତୈଳ ଦର କମିଲା ମାତ୍ର ୧ ପଇସା !

୬୦ ପଇସା କମିବା ନେଇ ଭୁଲରେ ଘୋଷଣା କରିଥିଲା ଆଇଓସିଏଲ

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ୧୬ ଦିନ ପରେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ପ୍ରଥମ ଥର ପାଇଁ ହ୍ରାସ ପାଇଛି ।  ୧୬ ଦିନ ପରେ ପେଟ୍ରୋଲ ଓ ଡିଜେଲର ଦାମ କମାଇବା ନାଁରେ ତୈଳ କମ୍ପାନୀଗୁଡିକ ଲିଟର ପିଛା ମାତ୍ର ଏକପଇସା କମାଇଛନ୍ତି । ଆଜି ସକାଳୁ ସକାଳୁ ପେଟ୍ରୋଲ ଓ ଡିଜେଲ ଦର ୬୦ ପଇସା କମିଲା ବୋଲି ଘୋଷଣା କରିଥିଲା ଆଇଓସିଏଲ ।

କିନ୍ତୁ ଏହି ତଥ୍ୟ ଦେବାର ପ୍ରାୟ ଏକ ଘଣ୍ଟା ପରେ କୁହାଗଲା ଯେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୧ ପଇସା ହ୍ରାସ ପାଇଛି । ବୈଷୟିକ ତ୍ରୁଟି ଯୋଗୁଁ ସକାଳେ ଭୁଲ୍ ତଥ୍ୟ ଚାଲିଯାଇଥିଲା । ପରେ ଏହାକୁ ସଂଶୋଧନ କରିନିଆଯାଇଛି । ଚଳିତମାସ ୧୪ ତାରିଖ ଠାରୁ ତେଲ ଦର ନିୟମିତ ଭାବେ ବୃଦ୍ଧି ପାଉଥିଲା ।

୧୨ ତାରିଖ କର୍ଣ୍ଣାଟକ ନିର୍ବାଚନ ପରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢିଥିଲା । ରାଜ୍ୟରେ ପେଟ୍ରୋଲ ଦର ୭୭ ଟଙ୍କା ପାର କରିଥିବାବେଳେ ଡିଜେଲ ୭୦ ଟଙ୍କା ଟପିଥିଲା । ମୁମ୍ବାଇରେ ପେଟ୍ରୋଲ ଦର ୮୫ ଟଙ୍କା ପଂହଚିଥିଲା । ସରକାର ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି ଆଶ୍ୱାସନା ଦେଇଥିଲେ ବି ଏ ନେଇ ବର୍ତମାନ ଯାଏଁ କୌଣସି ଘୋଷଣା ହୋଇନାହିଁ ।

୧୬ ଦିନ ପରେ ତୈଳ ଦର କମିଲା ମାତ୍ର ୧ ପଇସା ! petrol 4

ପଢନ୍ତୁ ; ୧୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ରାଜି’ !

Related posts

ଲାଲୁଙ୍କ ବୋହୂ ହେବେ ଐଶ୍ୱର୍ଯ୍ୟା! ଆସନ୍ତା ମାସରେ ବିବାହ କରିବେ ଲାଲୁଙ୍କ ପୁଅ ତେଜପ୍ରତାପ

Krishna Kumar Manoj

ସରକାରୀ ବିଦ୍ୟାଳୟଗୁଡ଼ିକରେ ସମ୍ବଲପୁରୀ କପଡ଼ାରେ ଡ୍ରେସକୋର୍ଡ କରାଯାଉ: ବୟନ ଶିଳ୍ପ ମନ୍ତ୍ରୀ

Krishna Kumar Manoj

ଦୁଇବର୍ଷ ମଧ୍ୟରେ ଦେଶରେ ୮୮୫ ବର୍ଗ କିମି ଜଙ୍ଗଲ ବଢିଛି,ଏହି ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More