News

ପେଟ୍ରୋଲ–ଡିଜେଲ ଦର ଆକାଶ ଛୁଆଁ : ୭୫ ଟପିଲାଣି ପେଟ୍ରୋଲ ଦର !

ଦରବୃଦ୍ଧି ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ

ପେଟ୍ରୋଲ–ଡିଜେଲର ମୂଲ୍ୟ ଦିନକୁ ଦିନ ଆକାଶ ଛୁଇଲାଣି । ତୈଳ ଦର ରେକର୍ଡ ସ୍ତରରେ ପହଞ୍ଚିବା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ପାର କରିଥିବାବେଳେ ଡିଜେଲ ଦର ୭୦ ଟପିଛି । ଏପରିକି ୫ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡ଼ିଜେଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି ।

ଦରବୃଦ୍ଧି ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇ ବ୍ୟାରେଲ ପିଛା ୮୦ ଡଲାରରୁ ଅଧିକ ସ୍ତରରେ ରହିଛି । ସେହିପରି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୬୮ ଟଙ୍କା ଉପରେ ପହଁଚିଛି । ଏହି ଦୁଇ କାରଣରୁ ଅଶୋଧିତ ତେଲ ମହଙ୍ଗା ହେବାରେ ଲାଗିଛି । ଏହା ସାଙ୍ଗକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଟିକସର ବୋଝ ଯୋଗୁଁ ଆକାଶଛୁଆଁ ହେଉଛି ତେଲ ଦର ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତୈଳ ମୂଲ୍ୟ ବୃଦ୍ଧି ଉପରେ କଟକଣା ଜାରି କରିଥିବାରୁ ଗତ ଏପ୍ରିଲ୍‍ ୨୪ ତାରିଖରୁ ଦୈନିକ ତୈଳ ମୂଲ୍ୟ ସଂଶୋଧନ ପ୍ରକ୍ରିୟା ବନ୍ଦ ରହିଥିଲା। ଏଥିଯୋଗୁଁ ତୈଳ ବିତରଣ କମ୍ପାନୀମାନେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି ବୋଲି କହିଛନ୍ତି। ଏହି କ୍ଷତି ଭରଣା ପାଇଁ ଗତ ୧୪ ତାରିଖରୁ ତୈଳ ବିତରକମାନେ ତୈଳ ମୂଲ୍ୟରେ ବୃଦ୍ଧି କରିଛନ୍ତି ।

କ୍ରମବର୍ଦ୍ଧିଷ୍ଣୁ ତୈଳ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଖୁବ୍‍ ଶୀଘ୍ର ପଦକ୍ଷେପ ନେବେ ବୋଲି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ତୈଳ ମୂଲ୍ୟ ବୃଦ୍ଧି ପାଇଁ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସଂଘ ଓପେକକୁ ଦୋଷ ଦେଇଛନ୍ତି। ଓପେକ୍‍ ଉତ୍ପାଦନ ହ୍ରାସ କରିଥିବାରୁ ଆନ୍ତର୍ଜାତିକ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି ।

ପେଟ୍ରୋଲ–ଡିଜେଲ ଦର ଆକାଶ ଛୁଆଁ : ୭୫ ଟପିଲାଣି ପେଟ୍ରୋଲ ଦର ! petrol

ପଢନ୍ତୁ ;

ଆଜି ପୁୁରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ : ଏବେ ‘୧୯’ ପାଇଁ ପ୍ରସ୍ତୁତି

Related posts

India Bags 7 Medals On The Opening Day Of The 22nd Asian Athletics Championships

Krishna Kumar Manoj

Odisha Government Announced : Schoolchildren To Get Uniform, Bicycle

Krishna Kumar Manoj

ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଇଚ୍ଛା ମୃତ୍ୟ ମାଗିଲେ କିନ୍ନର ଶାନଭୀ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More