News

ବଢ଼ିବ ପେଟ୍ରାଲ, ଡିଜେଲ ଓ ସୁନା ଦର

Untitled 1

ଦ୍ୱିତୀୟ ପାଳିରେ କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦି ସରକାରଙ୍କ ଠାରୁ ସମସ୍ତେ ଅନେକ କିଛି ଛାଡ ପାଇବାର ଆଶା ରଖିଥିଲେ । ହେଲେ ଏହାରି ଭିତରେ ସାଧାରଣ ତଥା ମଧ୍ୟବିତ୍ତ ବର୍ଗ ପାଇଁ ବଜେଟରେ ସେଭଳି କିଛି ନୂତନତ୍ୱ ନଥିବା ବେଳେ ବରଂ ଆହୁରି ଅଧିକ ବୋଝ ପଡିଛି ।ପେଟ୍ରୋଲ ଓ ଡିଜେଲ୍‌ ଭଳି ଅତ୍ୟାବଶ୍ୟକ ଜିନିଷ ଉପରେ ମୋଦି ସରକାର ଏକ୍ସାଇଜ୍‌ ଡ୍ୟୁଟି ଓ ସେସ୍‌  ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୧ଟଙ୍କା ସେସ୍‌ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିପରି ସୁନା ଗହଣା ଉପରେ ମଧ୍ୟ ଉତ୍ପାଦ ଶୁଳ୍କ (କଷ୍ଟମ ଡ୍ୟୁଟି)୧୦ରୁ ୧୨.୫% ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଖାଲି ଏତିକି ନୁହେଁ ତମାଖୁ ଓ ତମାଖୁଜାତ ଦ୍ରବ୍ୟ ଉପରେ ଟିକସ ବଢ଼ାଇବାକୁ ଆଜି ବଜେଟ୍‌ରେ ନିଷ୍ପତ୍ତି ହୋଇଛି।

ପଢନ୍ତୁ: ଜୁଲାଇ ୬ରେ ଫେରୁଛି ମୌସୁମୀ, ରାଜ୍ୟରେ ପୁଣି ପ୍ରବଳ ବର୍ଷା ସମ୍ଭାବନା

 

 

Related posts

ହିନ୍ଦୁ ପୁଅକୁ ପ୍ରେମ କରିବାରୁ ଗଛରେ ବାନ୍ଧି ମାରିଲେ ବାପା ମା’

ENO Beuro

ପୁଣି କମିଲା ବସ୍ ଭଡା

ENO Beuro

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଗ୍ରସ୍ତ : ଦୁଇ ଦେଶ ମଧ୍ୟରେ ୯ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷର

ENO Beuro

Leave a Comment