• Home
  • News
  • ଚତୁର୍ଥ ଦିନରେ ଲିଟର ପିଛା ୯ ପଇସା କମିଲା ପେଟ୍ରୋଲ ଓ ଡିଜେଲ ଦର !
News

ଚତୁର୍ଥ ଦିନରେ ଲିଟର ପିଛା ୯ ପଇସା କମିଲା ପେଟ୍ରୋଲ ଓ ଡିଜେଲ ଦର !

ପୁଣି ହ୍ରାସ ପାଇଲା ତେଲ ଦର

କ୍ରମାଗତ ଚତୁର୍ଥ ଦିନ ପାଇଁ କମିଛି ତେଲ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୯ ପଇସା କମିଛି । ସରକାରୀ ତେଲ କମ୍ପାନୀଗୁଡିକ ଏନେଇ ଘୋଷଣା କରିଛନ୍ତି ।  ଆନ୍ତର୍ଜାତିକ ବଜାରରେ ୪ ଦିନ ହେଲା ଅଶୋଧିତ ତୈଳର ଦାମ୍ ହ୍ରାସ ପାଉଛି। ଫଳରେ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ହ୍ରାସ ହେଉଛି ।

ଏଥିଯୋଗୁଁ ଭୁବନେଶ୍ୱରରେ ଭାରତୀୟ ତୈଳ ନିଗମ ପେଟ୍ରୋଲ ପମ୍ପରେ ଲିଟର ପିଛା ପେଟ୍ରୋଲ ଦର ୭୭ଟଙ୍କା ଏବଂ ଡିଜେଲ ଦର ୭୪ଟଙ୍କା ୯ପଇସାକୁ ହ୍ରାସ ପାଇଛି । ଏହି ହ୍ରାସ ପରେ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ଦର ୭୮ ଟଙ୍କା ୨୦ ପଇସା ଓ ଡିଜେଲ ଲିଟର ପିଛା ଦର ୬୯ ଟଙ୍କା ୧୧ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ୦୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୭୩ ଟଙ୍କା ୫୮ ପଇସା ହୋଇଛି ।

କର୍ଣ୍ଣାଟକ  ନିର୍ବାଚନ ପରେ  ୧୬ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର  ବୃଦ୍ଧି ପାଇଥିଲା। ବୁଧବାର ଠାରୁ ତେଲ ଦର ହ୍ରାସ ପାଇଛି । ବୁଧବାର ପେଟ୍ରୋଲ ଦର ଲିଟର ପିଛା ୧ ପଇସା ହ୍ରାସ ପାଇଥିବା ବେଳେ ଗୁରୁବାର ପେଟ୍ରୋଲ ଦର ଲିଟର ପିଛା ୭ ପଇସା ଓ ଡିଜେଲ ଦର ଲିଟର ପିଛା ୫ ପଇସା ହ୍ରାସ ପାଇଥିଲା । ସେହିଭଳି ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୬ ପଇସା  ଓ ଡିଜେଲ ଲିଟର ପିଛା ୫ ପଇସା  ହ୍ରାସ ପାଇଥିଲା। ତେବେ ତେଲ ଦରରେ କରାଯାଉଥିବା ଏଭଳି ହ୍ରାସକୁ ନେଇ ଗ୍ରାହକ ସନ୍ତୁଷ୍ଟ ନୁହଁନ୍ତି ।

ଚତୁର୍ଥ ଦିନରେ ଲିଟର ପିଛା ୯ ପଇସା କମିଲା ପେଟ୍ରୋଲ ଓ ଡିଜେଲ ଦର ! ଚତୁର୍ଥ ଦିନରେ ଲିଟର ପିଛା ୯ ପଇସା କମିଲା ପେଟ୍ରୋଲ ଓ ଡିଜେଲ ଦର ! petrol

ପଢନ୍ତୁ ;

କେଉଁ ବସ୍ତୁ ଦାନ କରିବା ଦ୍ଵାରା କଣ ଲାଭ ମିଳିଥାଏ ? ଆସନ୍ତୁ ଜାଣିବା

Related posts

ଉତ୍ତରାଖଣ୍ଡ: ଖାତକୁ ବସ୍ ଖସି ୪୮ ମୃତ

ଗୋଆରେ ନିର୍ବନ୍ଧ କଲେ ଆକାଶ ଅମ୍ବାନି! ଜାଣନ୍ତୁ କଣ କରନ୍ତି ଶ୍ଲୋକା ମେହେତା!

Krishna Kumar Manoj

ଏବେବି କନ୍ଦଉଛି ପିଆଜ, ବଜାରରେ ପିଆଜ ଦର କେଜି ପିଛା ୪୫ଟଙ୍କା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More