News

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର !

କର୍ଣ୍ଣାଟକ ନିର୍ବାଚନ ପରେ ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର

କର୍ଣ୍ଣାଟକ ନିର୍ବାଚନ ଶେଷ ହେବା ପରେ ସେଠାରେ ପେଟ୍ରୋଲ ଏବଂ ଡିଡେଲର ଦାମ ବଢିଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ଦାମ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି । ଯାହା ବିଗତ ୧୯ ଦିନ ଧରି କମ୍ ରହିଥିଲା । ସୋମବାର ଦିନ ତୈଳ କମ୍ପାନୀମାନେ ଉଭୟ ପେଟ୍ରୋଲ୍ ଏବଂ ଡିଜେଲର ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି ।

ରାଜ୍ୟରେ ଭୋଟ୍ ଶେଷ ହେବାର ଦୁଇଦିନ ପରେ ଡିଜେଲର ଦାମ୍ ୬୬ ଟଙ୍କା ପାର୍ କରିଛି  । ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଦାମ ୫୬ ମାସ ମଧ୍ୟରେ ସବୁଠାରୁ ଅଧିକ ଦାମ ରହିଛି । ଏହି ବୃଦ୍ଧି ହେବା ଦ୍ୱାରା ଡିଜେଲର ଦାମ ସର୍ବାଧିକ ସ୍ତରରେ ଆସି ପହଂଚି ଯାଇଛି । ଆଜି ଦିଲ୍ଲୀରେ ପେଟ୍ରାଲ ଲିଟର ପିଛା ୭୪ ଟଙ୍କା ୮୦ ପଇସା ଥିବାବେଳେ ମୁମ୍ବାଇରେ ୮୨ଟଙ୍କା ୬୫ ପଇସା ଏବଂ କୋଲକାତାରେ ଏହି ଦର ୭୭ ଟଙ୍କା ୫୦ ପଇସା ରହିଛି ।

କର୍ଣ୍ଣାଟକ ନିର୍ବାଚନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦରରେ କିଛି ଦିନର ବ୍ରେକ୍ ଲାଗିଥିଲା କିନ୍ତୁ ବର୍ତମାନ ଦରରେ ବୃଦ୍ଧି ଘଟିବ ବୋଲି ସୂଚନା ମିଳିଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦର ୨୦୧୪ ମସିହା ପରେ ସବୁଠାରୁ ଅଧିକ ରହିଛି । ଯାହାର ସିଧାସଳଖ ପ୍ରଭାବ ଭାରତୀୟ ତୈଳ ବଜାରରେ ପଡୁଛି ।

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର ! PETROL

ପଢନ୍ତୁ ;

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଜଳିଗଲା ୪ ପରିବାରର ୮ ବଖରା

Related posts

ଆଜିଠୁ ଆରମ୍ଭ ହୋଇଛି ବିଶ୍ଵ ଖାଦ୍ୟ ମେଳା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉଦ୍ଘାଟିତ

ENO Beuro

Odisha CM Naveen Patnaik Flags Off 2nd Biju Patnaik Himalayan Expedition Programme

ENO Beuro

Five Odisha Players Got Selected In Indian Women’s Hockey Team

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More