• Home
  • News
  • ୧୨ ଦିନରେ ବଢିଲାଣି ପେଟ୍ରୋଲ ଦର ୩ ଟଙ୍କା ୨୨ ପଇସା!
News

୧୨ ଦିନରେ ବଢିଲାଣି ପେଟ୍ରୋଲ ଦର ୩ ଟଙ୍କା ୨୨ ପଇସା!

ଦ୍ଵାଦଶ ଦିନରେ ତୈଳ ଦର ବୃଦ୍ଧି

ବିଗତ ୧୨ ଦିନ ଭିତରେ ପେଟ୍ରୋଲର ଲିଟର ପିଛା ଦର ୩ ଟଙ୍କା ୨୨ ପଇସା ବଢ଼ିଛି । ସେହି ସମୟରେ ଡିଜେଲ ୨ ଟଙ୍କା ୮୨ ପଇସା ମହଙ୍ଗା ହୋଇଛି । କର୍ଣ୍ଣାଟକ ନିର୍ବାଚନ ଫଳ ପ୍ରକାଶ ପାଇବା ଦିନଠାରୁ ତେଲ ଦରରେ ବୃଦ୍ଧିର ଯେଉଁ ଧାରା ଆରମ୍ଭ ହୋଇଥିଲା ତାହା ୧୨ତମ ଦିନରେ ମଧ୍ୟ ଅବ୍ୟାହତ ରହିଛି । ଶୁକ୍ରବାର ପେଟ୍ରୋଲରେ ୧୪ ପଇସା ବଢିଥିବା ବେଳେ ଡିଜେଲ୍‌ରେ ୧୬ ପଇସା ବୃଦ୍ଧି ପାଇଛି ।

କ୍ରମାଗତ ଦୀର୍ଘ ୧୩ ଦିନ ହେଲା ଉଭୟ ଦର ବଢିଚାଲିଥିବା ବେଳେ କମିବାର ନାଁ ଧରୁନି । ସୂଚନା ଅନୁସାରେ ୨୦ ତାରିଖରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ୭୫ ଟଙ୍କା ଟପି ଥିବା ବେଳେ ୨୪ ରେ ୭୬ ଟଙ୍କା ଟପିଥିଲା । ସେହିପରି ଡିଜେଲ ଦର ଏବେ ୭୪ ଟଙ୍କା ଛୁଇଁବାକୁ ବସିଲାଣି । ମ୍ବାଇରେ ପେଟ୍ରୋଲ୍ ଦର ୮୫ ଟଙ୍କା ୬୫ ପଇସା ହୋଇଯାଇଥିବା ବେଳେ କୋଲକାତାରେ ୮୦ ଟଙ୍କା ୪୭ ପଇସା ଓ ଚେନ୍ନାଇରେ ୮୦ ଟଙ୍କା ୮୦ ପଇସା ହୋଇଯାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୭୭ ଟଙ୍କା ୮୩ ପଇସା ଓ ଡିଜେଲ ୬୮ ଟଙ୍କା ୭୫ ପଇସା ହୋଇଯାଇଛି ।

ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ତେଲ ଦର ଉପରେ ଲଗାମ କଷିବା ପାଇଁ କଣ କରିହେବ ତାହା ଉପରେ ଆମେ ବିଚାର କରୁଛୁ । ଖୁବଶୀଘ୍ର କିଛି ପଦକ୍ଷେପ ଗ୍ରହଣ କରିବୁ । କେଉଁ ଉପାୟରେ ତେଲ ଦର କମ୍ କରିବେ ତାହା ଏପର୍ୟ୍ୟନ୍ତ ସ୍ଥିର କରିପାରିନାହାନ୍ତି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୮୦ ଡଲାର ପାଖାପାଖି ରହିବା ଓ ଏକ ଡଲାର କିଣିବାକୁ ୬୮ ଟଙ୍କାରୁ ଅଧିକ ଗଣିବାକୁ ପଡୁଥିବାରୁ ସ୍ଥାନୀୟ ବଜାରରେ ତେଲ ଦର ମହଙ୍ଗା ହେଉଛି । ବିଶ୍ୱରେ ଦେଖାଦେଇଥିବା ଭୌଗୋଳିକ ଓ ରାଜନୈତିକ ଉତ୍ତେଜନା କମିଲେ ଅଶୋଧିତ ତେଲ ଦର ଶସ୍ତା ହୋଇଯିବ ବୋଲି ସରକାର ଆଶା ରଖିଛନ୍ତି ।

୧୨ ଦିନରେ ବଢିଲାଣି ପେଟ୍ରୋଲ ଦର ୩ ଟଙ୍କା ୨୨ ପଇସା! petrol 3

ପଢନ୍ତୁ ;

ପଙ୍ଖାରେ ଝୁଲିଲେ ପ୍ରେମିଯୁଗଳ : କୋଲକାତାରୁ ଆସି ରାଜଧାନୀରେ ଆତ୍ମହତ୍ୟା !

Related posts

କିନ୍ନରଙ୍କ ଆତ୍ମହତ୍ୟା ଘଟଣା : ପ୍ରେମିକ ଗିରଫ

Krishna Kumar Manoj

ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ କଲେ ଉପରାଷ୍ଟ୍ରପତି

Krishna Kumar Manoj

ରାଞ୍ଚିଠାରେ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More