News

ବଡ଼ଦିନ ସୁଦ୍ଧା ବ୍ୟାରେଲ ପିଛା ତୈଳ ଦର ୮୦ ଡଲାର ଟପିଯିବ

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଦୁଇବର୍ଷ ମଧ୍ୟରେ ଏହା ସାର୍ବାଧିକ ସ୍ତର ଛୁଇନ ବ୍ୟାରେଲ ପିଛା ୬୩.୫୨ ଡଲାରରେ ପହଞ୍ଚିଲାଣି । ଏଭଳି ପରିସ୍ଥିତିରେ ବଡ଼ଦିନ ସୁଦ୍ଧା ତୈଳ ଦର ବ୍ୟାରେଲ ପିଛା ୮୦ ଡଲାର ଟପିଯିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ଏହାର ଦର ୭୦ ଡଲାର ପାଖାପାଖି ପହଞ୍ଚିଯାଇଛି ।

ଯଦି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଏଭଳି ଭାବେ ବୃଦ୍ଧି ପାଇବ ତେବେ ଦେଶ ଭିତରେ ପେଟ୍ରୋଲ୍‌ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ । ଭୁବନେଶ୍ୱରରେ ଏବେ ପେଟ୍ରୋଲ୍‌ର ଲିଟର ପିଛା ମୂଲ୍ୟ ୬୮ ଟଙ୍କା ୬୬ ପଇସା ରହିଥିବା ବେଳେ ଡିଜେଲ ମୂଲ୍ୟ ୬୨ ଟଙ୍କା ୫୨ ପଇସା ରହିଛି । ସାଉଦି ଆରବ ଏବଂ କିଛି ପଡ଼ୋଶୀ ରାଷ୍ଟ୍ର ଭିତରେ ସମ୍ପର୍କ ଭଲ ନାହିଁ । ଏହାର ପ୍ରଭାବ ଆନ୍ତର୍ଜାତିକ ତୈଳ ବଜାର ଉପରେ ପଡ଼ିବା ପରେ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୬୦ ଡଲାର ଟପିଯାଇଥିଲା । ଏହା ପରଠାରୁ ଦର କିନ୍ତୁ କ୍ରମାଗତ ଭାବେ ବଢ଼ିଚାଲିଛି ।

ବ୍ୟବସାୟୀଙ୍କ କହିବା ଅନୁଯାଇ ବର୍ତ୍ତମାନ ପରିପ୍ରେକ୍ଷୀରେ ଅଶୋଧିତ ତୈଳ ଦର ବଢିବା ପାଇଁ ଅନେକ କାରଣ ରହିଛି । ଆନ୍ତର୍ଜାତୀୟ ତୈଳ ବଜାରରେ ସୁସଂଗତି ଆଣିବା ଲାଗି ନିକଟରେ ଓପେକ (ତୈଳ ରପ୍ତାନିକାରୀ ରାଷ୍ଟ୍ର ସଂଗଠନ ) ରାଷ୍ଟ୍ର ପକ୍ଷରୁ ଯୋଗାଣ କାଟ ନେଇ ନିସ୍ପତି ହେଇଛି । ଏହାଫଳରେ କିଛି ସପ୍ତାହ ହେଲା ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ସାଉଡି ଆରବରେ ଏବେ ପ୍ରତିକୂଳ ପରିସ୍ଥିତି ଜାରି ରହିଛି । ଏହିସବୁ କାରଣରୁ ୨୦୧୫ ପରଠାରୁ ତୈଳ ଦର ସର୍ବୋଚ୍ଚ ସ୍ତର ଛୁଇଁଚି ।

ବଡ଼ଦିନ ସୁଦ୍ଧା ବ୍ୟାରେଲ ପିଛା ତୈଳ ଦର ୮୦ ଡଲାର ଟପିଯିବ  ବଡ଼ଦିନ ସୁଦ୍ଧା ବ୍ୟାରେଲ ପିଛା ତୈଳ ଦର ୮୦ ଡଲାର ଟପିଯିବ

ପଢନ୍ତୁ, ବନ୍ଦ ପଡ଼ିଥିବା ବୁର୍ଲାର ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ପୁଣି ଖୋଲିଲା

Related posts

ଅଚଳ ନୋଟ୍ ପାଇଁ ଦେବାଦେବୀଙ୍କ ହୁଣ୍ଡିକୁ ଏକ ମାଧ୍ୟମ କରିନେଇଛନ୍ତି ଶ୍ରଦ୍ଧାଳୁ

Krishna Kumar Manoj

ସିସିଟିଭିରେ କଏଦ୍‌ ହେଲା ମୋବାଇଲ ବିସ୍ଫୋରଣ ଘଟଣା: ହୋଟେଲରେ ଖାଉଥିବା ବେଳେ ଫାଟିଲା ସ୍ମାର୍ଟଫୋନ୍‌

ଏହି ବ୍ୟାଙ୍କରେ ବିନା ଚାର୍ଜ ଓ ଜିରୋ ବାଲାନ୍ସରେ ଖାତା ଖୋଲି ଅନେକ ସୁବିଧାର ଲାଭ ଉଠାନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More