News

ଜିଏସଟି (ଦ୍ରବ୍ୟ ଓ ସେବା କର ) ପରିସରରେ ମିଶିବ ପେଟ୍ରୋଲିୟମ ଉତ୍ପାଦ

ଜିଏସଟି (ଦ୍ରବ୍ୟ ଓ ସେବା କର ) ପରିସରରେ ମିଶିବ ପେଟ୍ରୋଲିୟମ ଉତ୍ପାଦ

ପେଟ୍ରୋଲିୟମ ଉତ୍ପାଦ ଗୁଡିକୁ ଜିଏସଟି ପରିସରକୁ ଆଣିବା ପାଇଁ ଦାବି ଜୋର ଧରିଥିବା ବେଳେ ଜିଏସଟି ପରିଷଦ ଏ ନେଇ କିଛି ସୁପାରିଶ ପ୍ରଦାନ କରିଛି । ପରିଷଦ ଏହାର ୨୨ ତମ ବୈଠକରେ ପେଟ୍ରୋଲିୟମ ଓ ତୈଳ କ୍ଷେତ୍ର ନିମନ୍ତେ ନିର୍ଦ୍ଦିଷ୍ଟ ଉତ୍ପାଦ ଓ ସେବା ନିମନ୍ତେ ଜିଏସଟି ହାର ଢାଞ୍ଚା ଉପସ୍ଥାପନ କରିଛନ୍ତି ।

ତୈଳ ଓ ଗ୍ୟାସ କମ୍ପାନୀକୁ କିଛିଟା ରିହାତି ପ୍ରଦାନ କରି ସରକାର କହିଛନ୍ତି, ଜିଏସଟି ଅଧୀନରେ ପେଟ୍ରୋଲିୟମ ଉତ୍ପାଦରୁ ଟିକସ ହ୍ରାସ କରାଯାଇପାରେ । ନଚେତ ଜିଏସଟି ଅଧିନରୁ ଅନ୍ଵେଷଣ ଓ ପରିବହନ ଭଳି ସେବାକୁ ବାଦ ଦିଆଯାଇପାରେ । ଏହି ଦୁଇଟି ବିକଳ୍ପରୁ  ଗୋଟିଏକୁ ବାଛିବା ପାଇଁ ସରକାର ଯୋଜନା କରୁଥିବା କଥା ବୁଧବାର ଦିନ ଘୋଷଣା କରିଛନ୍ତି ।

ଜିଏସଟି ପରିଷଦର ସୁପାରିସ ମୁତାବକ ଜିଏସଟି ଅଧିନକୁ ପେଟ୍ରୋଲିୟମ କ୍ଷେତ୍ର ଆସିଲେ ବଙ୍କର ଇନ୍ଧନ ଉପରେ ଟିକସ ହାର ୧୮% ରୁ ୫% କୁ ହ୍ରାସ କରାଯିବ । ଏହାଦ୍ଵାରା ଅନ୍ୟ ବନ୍ଦର ତୁଳନାରେ ଭାରତୀୟ ସଂସ୍ଥା ପ୍ରତିଯୋଗିତାଶୀଳ ହେଇପାରିବ । ସେହିପରି ଅଫସୋର ଏରିଆ ନିମନ୍ତେ ୱାର୍କ କଣ୍ଟ୍ରାକ୍ଟ (୧୨ ନାଟିକାଳ ମାଇଲ ରୁ ଅଧିକ) ରେ ଟିକସ ହାର ବର୍ତ୍ତମାନର ୧୮% ପରିବର୍ତେ ୧୨% କୁ ହ୍ରାସ ପାଇବ ।

ଦ୍ଵିତୀୟତଃ ତୈଳ ଓ ଗ୍ୟାସର ଅନ୍ଵେଷଣ ଓ ଉତ୍ପାଦନ ପାଇଁ ବ୍ଯବହ୍ରୁତ ହେଉଥିବା ଋଗ ଓ ଅନ୍ୟ ସାମଗ୍ରୀର ଆମଦାନୀ ଉପରେ ଆଇଜିଏସଟି ଛାଡ କରାଯିବ । କିନ୍ତୁ ତଜ୍ଜନିତ ଲିଜ ସେବାର ଯୋଗାଣ/ଆମଦାନୀ ପାଇଁ ଉପଯୁକ୍ତ ଆଇଜିଏସ୍ଟି ପେମେଣ୍ଟ କରିବାକୁ ପଡିବ ଏବୋଂ ଅନ୍ୟ କେତେକ ସର୍ତ୍ତ ପୂରଣ କରିବାକୁ ହେବ ।

ଅନ୍ୟପକ୍ଷରେ ପାଇପଲାଇନ ଜରିଆରେ ପ୍ରାକୃତିକ ଗ୍ୟାସ ପରିବହନ ପାଇଁ ବିନା ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ରେ ୫% ଜିଏସଟି ଲାଗୁ ହେବାକୁ ଥିବା ବେଳେ ସଂପୂର୍ଣ୍ଣ ଆଇଟିସି ବାଛିଲେ ୧୨% ଟିକସ ଲାଗୁ ହେବ । ଏହି ପ୍ରସ୍ତାବ ନେଇ ରାଜସ୍ୱ ସଚିବ ହସମୁଖ ଆଧିଆ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଥିଲେ ।

ଜିଏସଟି (ଦ୍ରବ୍ୟ ଓ ସେବା କର ) ପରିସରରେ ମିଶିବ ପେଟ୍ରୋଲିୟମ ଉତ୍ପାଦ

ପଢନ୍ତୁ, ନିକୋପାର୍କ ବଦଳିବା, ହେବ ସିଟି ସେନ୍ଟର

Related posts

ରାଜସ୍ଥାନର ଜଣେ କିନ୍ନର ରାଜ୍ୟର ପ୍ରଥମ କିନ୍ନର ଭାବେ ପୋଲିସ ଚାକିରିରେ ଯୋଗଦେଇଛନ୍ତି

ENO Beuro

ଆଶା ସହାୟିକାଙ୍କ ତଦାରଖ ଗସ୍ତ ଖର୍ଚ୍ଚ ବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ

ENO Beuro

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ୧୪୮ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro

Leave a Comment