News

ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ହେଇଛି

ଦିଲ୍ଲୀ ଏମ୍ସରେ ଆଜି ସକାଳ ୯ଟାରୁ ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ହେଇଛି ।  ଏହି ଅସ୍ତ୍ରୋପଚାର ପାଇଁ ୨୫ରୁ ୨୭ ଘଣ୍ଟା ଲାଗିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।

ଆଜି ସକାଳ ୬ଟାରୁ ଜଗା-ବଳିଆଙ୍କୁ ଅସ୍ତ୍ରୋପଚାର କକ୍ଷକୁ ନିଆଯାଇଥିଲା । ବିଶେଷ ପ୍ରସ୍ତୁତି ସହ ଏକ୍ସପର୍ଟ ଟିମ ଦ୍ଵାରା ଏହି ଅସ୍ତ୍ରୋପଚାର ଆରମ୍ଭ ହେଇଛି ଏବୋଂ ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦରୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ଠିକ ଠାକ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ।

ଆଜିର ଅପରେସନରେ କୌଣସି ବିଦେଶୀ ଡାକ୍ତର ସାମିଲ ହୋଇନଥିବା ପ୍ରତାପ କରିଛନ୍ତି । ଯଦି ଦରକାର ପଡୁଛି ତେବେ ବିଦେଶୀ ଡାକ୍ତର ଙ୍କୁ ଏହି ଅସ୍ତ୍ରୋପଚାରରେ ନିୟୋଜିତ କରିବାକୁ ଆମେ ଆଗରୁ ସ୍ପଷ୍ଟ କହିଥିଲୁ ଏବୋଂ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଜେନା ।

କିଛିଦିନ ପୂର୍ବରୁ ଜାଗା-ବଳିଆଙ୍କ ସ୍ୱାସ୍ଥ୍ୟ ଠିକ ନଥିବାରୁ ଦ୍ଵିତୀୟ ପର୍ଯ୍ୟାୟ ଚିକିତ୍ସା ହେଇପାରିନଥିଲା ।

ଅଗଷ୍ଟ ୨୬ରେ କନ୍ଧମାଳର ଯୋଡା ମୁଣ୍ଡ ଶିଶୁ ଜଗା –ବଳିଆଙ୍କର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍ସରେ କରାଯାଇଥିଲା । କେ. ତାକି ଜାୱାଙ୍କ ନେତୃତ୍ୱରେ ଏକ ୪୦ ଜଣିଆ ଡାକ୍ତରୀ ଦଳ ଏହି ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ । ଏଥିରେ ଜାପାନରୁ ଆସିଥିବା ବିଶେଷଜ୍ଞ ମଧ୍ୟ ସାମିଲ ହୋଇଥିଲେ । । ଜଗା-ବଳିଆଙ୍କ ଚିକିସ୍ଛା ପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ନିଜ ରିଲିଫ ପାଣ୍ଠିରୁ ଏକ କୋଟି ଟଙ୍କା ଦେଇଥିଲେ ।

ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ହେଇଛି  ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ହେଇଛି

ପଢନ୍ତୁ, ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲ ୨୦୧୭ – ଓଡିଆ ଝିଅ ସୋନିକା ରାୟ ମନୋନୀତ

Related posts

ସେପ୍ଟେମ୍ବର ୧୫ରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro

ଆଫଗାନୀସ୍ତାନ:କାବୁଲରେ ଆତ୍ମଘାତୀ ବିସ୍ଫୋରଣ ୨୬ ମୃତ,୧୮ ଗୁରୁତର

ENO Beuro

ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର !

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More