Featured

ଫୋନ ଟ୍ରାକ୍ ଭଳି ଜଟିଳ ସମସ୍ୟା ରୁ ମୁକ୍ତି ପାଇବାକୁ ଚାହୁଛନ୍ତି କି ? ଆପଣାନ୍ତୁ କେତେକ ଉପାୟ

ଆଜିର ସୁପରର୍ଫାଷ୍ଟ ଟେକନୋଲଜି ଦୁନିଆରେ ସ୍ମାର୍ଟ ଫୋନ ଗୋଟେ ସାଧାରଣ ଜିନିଷ । ପ୍ରାୟତଃ ସମସ୍ତେ ସ୍ମାର୍ଟ ଆଣ୍ଡ୍ରଏଡ୍ ଫୋନ ବ୍ୟବହାର କରୁଛନ୍ତି ।  ସ୍ମାର୍ଟ ଫୋନରୁ ଡାଟା ଲିକ୍ ହେବା ଘଟଣା ସାଧାରଣ ହୋଇଗଲାଣି । କେବଳ ଏତିକି ନୁହେଁ ଆପଣଙ୍କ ଫୋନକୁ ଅତି ସହଜରେ ଟ୍ରାକ୍ ମଧ୍ୟ କରାଯାଇ ପାରୁଛି । ସ୍ମାର୍ଟଫୋନକୁ ନେଇ ଏମିତି ଅନେକ ସମସ୍ୟା । ଯଦି ଆପଣ ମଧ୍ୟ ଏପରି ସମସ୍ୟା ଭୋଗୁଛନ୍ତି ଓ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ନିଜ ଫୋନର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ। ଫୋନ ଟ୍ରାକ୍ ଭଳି ଜଟିଳ ସମସ୍ୟା ରୁ ମୁକ୍ତି ପାଇବାକୁ ଆପଣାନ୍ତୁ କେତେକ ଉପାୟ ।

କେମିତି ଜାଣିବେ:

4ଟି USSD କୋଡ୍ ହିଁ ଏ ଦିଗରେ ଆପଣଙ୍କୁ ସାହାଯ୍ୟ କରିପାରିବ । ଏହାକୁ ବ୍ୟବହାର କରି ଜାଣିପାରିବେ ଯେ, ଆପଣଙ୍କ ଫୋନ ଟ୍ରାକ ହେଉଛି କି ନାହିଁ।

*#21#: ଆଣ୍ଡ୍ରଏଡ ଫୋନରେ ଏହି କୋଡ୍ ଡାଏଲ୍ କରି ଆପଣ ଜାଣିପାରିବେ ଯେ ଆପଣଙ୍କ କଲ୍, ମେସେଜ୍ କିମ୍ବା ଡାଟା ଅନ୍ୟ କେଉଁଠି ଡାଇଭର୍ଟ ହୋଇଛି କି ନାହିଁ। ଯଦି ଏପରି ହେଉଥାଏ ତେବେ ଏହି କୋଡ୍ ଡାଏଲ୍ କରିବା ମାତ୍ରେ ହିଁ ଆପଣଙ୍କ ଫୋନକୁ ସବୁ ଡାଟା ଆସିଯିବ ଏପରିକି କେଉଁ ନମ୍ବରକୁ ଡାଇଭର୍ଟ ହୋଇଛି ତାହା ମଧ୍ୟ ଜଣା ପଡିଯିବ।

*#62#: ଅନେକ ଥର ଆପଣଙ୍କ ଫୋନ୍ ନୋ ସର୍ଭିସ୍ କିମ୍ବା ନୋ ଆନ୍ସାର୍ କହୁଥିବ। ଏପରି କ୍ଷେତ୍ରରେ ଆପଣ ଏହି କୋଡ଼ଟିକୁ ଡାଏଲ୍ କଲେ ଆପଣ ଜାଣି ପାରିବେ ଆପଣଙ୍କ ଫୋନ୍ ଡାଇଭର୍ଟ ହୋଇଛି କି ନାହିଁ।

##002#: ଏହା ଏପରି ଏକ କୋଡ୍ ଯାହାଦ୍ୱାରା ଆପଣ କୌଣସି ବି ପ୍ରକାର ଫୋନର ସବୁ ଫରୱାର୍ଡିଂ ଡିଆକ୍ଟିଭେଟ୍ କରି ପାରିବେ ତେଣୁ ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଫୋନକୁ ଟ୍ରାକ୍ କରାଯାଉଛି ତେବେ ଆପଣ ଏହି ନମ୍ବରଟି ଡାଏଲ୍ କରିପାରିବେ

*#*#4636#*#*: ଏହି କୋଡ୍ ଦ୍ୱାରା ଆପଣ ଆପଣଙ୍କ ଫୋନର ସମସ୍ତ ସୂଚନା ପାଇପାରିବେ, ଯେପରିକି ଫୋନରେ କେଉଁ ବ୍ୟାଟେରୀ ପଡିଛି, ୱାଇଫାଇ କନେକ୍ସନ୍ ଟେଷ୍ଟ୍, ରାମ୍ ଏବଂ ଫୋନ ମଡେଲ ଇତ୍ୟାଦି ଜାଣି ପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବନି, ଏହା ସମ୍ପୂର୍ଣ୍ଣ ମାଗଣା

ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଫୋନକୁ କେହି ଟ୍ରାକ୍ କରିଛନ୍ତି ତେବେ ଏହି କୋଡଗୁଡିକୁ ଡାଏଲ କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ।

ଫୋନ ଟ୍ରାକ୍ ଭଳି ଜଟିଳ ସମସ୍ୟା ରୁ ମୁକ୍ତି ପାଇବାକୁ ଚାହୁଛନ୍ତି କି ? ଆପଣାନ୍ତୁ କେତେକ ଉପାୟ  ଫୋନ ଟ୍ରାକ୍ ଭଳି ଜଟିଳ ସମସ୍ୟା ରୁ ମୁକ୍ତି ପାଇବାକୁ ଚାହୁଛନ୍ତି କି ? ଆପଣାନ୍ତୁ କେତେକ ଉପାୟ

ରୁଚି ପ୍ରତିଭା ସମ୍ମାନ ୨୦୧୭ ବିଷୟରେ ଅଧିକ ତଥ୍ୟ ଯାନତୁ

Related posts

ଏୟାର୍ଟେଲ ର ନୂଆ ୧୦୦% କ୍ୟାସବ୍ୟାକ ଅଫର ବିଷୟରେ ଜାଣନ୍ତୁ

Krishna Kumar Manoj

ରିଲାଏନ୍ସ ଜିଓ ଗ୍ରାହକ ପାଇଁ ଏକ ଖରାପ ଖବର ! ଜାଣନ୍ତୁ କଣ

Krishna Kumar Manoj

ଆସନ୍ତୁ ଜାଣିବା, ବର୍ଷାଦିନିଆ ଜଳବାୟୁ ରେ କିପରି ନେବେ କେଶର ଯତ୍ନ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More