News

ରଥରେ ଶୟନ ମୁଦ୍ରାରେ ସେବାୟତ, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ

Untitled 1

ପୁରୀ ରଥ ଯାତ୍ରାକୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଖବର। ମା’ ସୁଭଦ୍ରାଙ୍କ ରଥ ଉପରେ ଜଣେ ବରିଷ୍ଠ ଦଇତାପତିଙ୍କ ଆଚରଣକୁ ନେଇ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ଏକ ଫଟୋ ଏବେ ଚର୍ଚ୍ଚାରେ। ଏହି ଫଟୋରେ ଦଇତା ନିଯୋଗର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ର  ମା’ଙ୍କ ରଥରେ ମହାପ୍ରଭୁ ସୁଦର୍ଶନଙ୍କୁ ଆଉଜି ହୋଇ ବିଶ୍ରାମ ନେଉଥିବା ଦେଖିବାକୁ ମିଳିଛି। ଫଟୋଟି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଜଗନ୍ନାଥପ୍ରେମୀ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି।

Photo Viral Of Daita Thumbnail 750x430

ଯେଉଁଭଳି ଢଙ୍ଗରେ ପ୍ରେମାନନ୍ଦ ମହାପ୍ରଭୁ ସୁଦର୍ଶନଙ୍କୁ ଆଉଜି ବସିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅନେକ ମନ୍ତବ୍ୟ ରଖିଛନ୍ତି। ଏହାକୁନେଇ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ, ଏହି ଫଟୋଟି ଠିକ୍ ନୁହେଁ, ବରଂ ଏହାକୁ ବିକୃତ କରାଯାଇଥିବା କହିଛନ୍ତି ଅନ୍ୟଜଣେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର

ପଢନ୍ତୁ:  ଷ୍ଟେସନରେ ପାଣି ବୋତଲ କିଣୁଛନ୍ତି କି! ସାବଧାନ

Related posts

ଏ ମାଟିର ରାଣ, ଦେଶକୁ ନଇଁବାକୁ ଦେବିନାହିଁ: ନରେନ୍ଦ୍ର ମୋଦି

ENO Beuro

ଆସନ୍ତା ୩୧ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ENO Beuro

‘ସେଲଫି ବେବୋ’ ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ସିମରନଙ୍କୁ ହତ୍ୟା

ENO Beuro

Leave a Comment