LIFESTYLE

ଆସନ୍ତୁ ଜାଣିବା ଡିପ୍ରେସନର ଶାରୀରିକ ଲକ୍ଷଣ

By Krishna Kumar Manoj

September 04, 2018

ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି  । ବିଷାଦଗ୍ରସ୍ତ ବ୍ୟକ୍ତି ବିଶେଷ ସାଧାରଣତଃ ଚୁପ୍ ଚାପ୍ , ନୀରାଶ ଏବଂ ନକରାତ୍ମକ ଚିନ୍ତାର ବଶବର୍ତ୍ତୀ ହୋଇଥାନ୍ତି ।ମାନସିକ ଦୁଃଶ୍ଚିନ୍ତା ସହ ଆନୁବାଂଶିକତା, ଅଧିକ ପରିଶ୍ରମ, ପାରିବାରିକ ସମସ୍ୟା,ଖରାପ ପରିବେଶ ଏବଂ ଏକୁଟିଆ ରହିବା ଆଦି ବିଷାଦ ବା ଡିପ୍ରେସନର ପ୍ରମୁଖ କାରଣ । ଯଦି ଏହାକୁ ଦୀର୍ଘ ସମୟ ଧରି ଅଣଦେଖ କରାଯାଏ । ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ ।ମାନସିକ ଲକ୍ଷଣ ସଙ୍ଗେ ସଙ୍ଗେ ଯଦି ଏହାର ଶାରୀରିକ ଲକ୍ଷଣ ଉପରେ ଧ୍ୟାନ ଦିଆଯାଏ ତେବେ ଏହାକୁ ଚିହ୍ନଟ କରିବା ସହିତ ଏହାର ଆଂଶୁ ଚିକିତ୍ସା କରାଯାଇ ପାରିବ ।

ଡିପ୍ରେସନର ମୁଖ୍ୟ ଶାରୀରିକ ଲକ୍ଷଣ

ବିଷାଦ ବା ଡିପ୍ରେସନରେ ଥିବା ଲୋକଙ୍କର ଅଧିକାଂଶ ସମୟରେ ପିଠିରେ ଯନ୍ତ୍ରଣା ହୋଇଥାଏ । ଏହାଦ୍ୱାରା ପିଠିରେ ଥିବା ମାଂସ ପେଶୀ ସଙ୍କୋଚିତ ହେବା ସହ ଅଧିକ ଶକ୍ତ ହୋଇଯାଇ ଥାଏ । ଯାହାଦ୍ୱାରା ଆପଣ ଯନ୍ତ୍ରଣାର ଶିକାର ହୋଇଥାଆନ୍ତି ।

ଆପଣଙ୍କ ଚର୍ମରେ ବିଭିନ୍ନ ସମସ୍ୟା ଦେଖାଯାଏ ଅର୍ଥାତ୍ ଚର୍ମ କୁଣ୍ଡାଇ ହେବା ,ଦେହ ସାରା ଲାଲ ରଙ୍ଗର ଦାଗ ଦେଖାଯିବା ତଥା ଫଳିଯିବା ଏବଂ ଏଥିସହ ଶରୀରରେ ଜଳାପଡା ହେବା ବିଷାଦର ଲକ୍ଷଣ ହୋଇଥାଏ ।

ବିଷାଦରେ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ ହୋଇଥାଏ । ଯାହାଦ୍ୱାରା ଅଧିକାଂଶ ସମୟରେ ବ୍ୟକ୍ତିଙ୍କ ଓଜନ ହଠାତ୍ ବୃଦ୍ଧି ପାଇଯିବା ସହ ହ୍ରାସ ପାଇଯିବାର ସମସ୍ୟା ମଧ୍ୟ ଦେଖାଯାଇଥାଏ ।

ଯଦି ଆପଣ ବିଷାଦରେ ଅଛନ୍ତି ତେବେ ଆପଣଙ୍କ ଅଧିକାଂଶ ସମୟରେ ଦୁର୍ବଳତା ଅନୁଭବ କରିଥାନ୍ତି । କୌଣସି କାମ କରିବାକୁ ମନ ଲାଗି ନଥାଏ କି ଫିଜିକାଲ ଫିଟ୍ ନ ଥିବାର ଆପଣ ଅନୁଭବ କରିଥାନ୍ତି ।

ପଢନ୍ତୁ ;ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଲେ କି ଲାଭ ମିଳେ ଜାଣନ୍ତୁ