ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ କରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି

pib

ଭାରତ ସରକାରଙ୍କ ପତ୍ରସୂଚନା କାର୍ଯ୍ୟଳୟ ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ କରଙ୍କ କାର୍ଯ୍ୟକାଳ ଭାରତ ସରକାର ୬ ମାସ ବୃଦ୍ଧି କରିଛନ୍ତି । ସେ ମାର୍ଚ ୩୧ରେ ଚାକିରରୁ ଅବସର ନେଇଥାନ୍ତେ।

୩୫ ବର୍ଷର ଦୀର୍ଘ କାର୍ଯ୍ୟକାଳରେ ଶ୍ରୀ କର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ୟୁନିଟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଛନ୍ତି। ଅଲ୍ ଇଣ୍ଡିଆ ରେଡିଓର ନ୍ୟୁଜ ସର୍ଭିସ ଡିଭିଜନ ଓ ଦୂରଦର୍ଶନରେ ସେ ଦୀର୍ଘବର୍ଷ କାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ,୨୦୦୫ରେ ସେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରମୁଖ ମୁଖପାତ୍ର ରହିଥିଲେ। ୨୦୧୫ ଡିସେମ୍ବରରେ ତାଙ୍କୁ ଅଲ ଇଣ୍ଡିଆ ରେଡିଓର ନ୍ୟୁଜ ସର୍ଭିସ ଡିଭିଜନର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା।

ପଢନ୍ତୁ;ବାଜିଲା ବିଗୁଲ:ଏପ୍ରିଲ ୧୧ ,୧୮,୨୩,୨୯ରେ ଓଡିଶା ଭୋଟ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More