News

ପିକନିକ୍ ବସ୍‌କୁ ପିଟିଲା ହାଇୱା, ୨ମୃତ, ୩୦ଗୁରୁତର

bus

କଟକ-ପାରାଦୀପ ରାସ୍ତାର ପାରାବିଲ ନିକଟରେ ଆଜି ଭୋରରୁ ଏକ ପିକ୍‌ନିକ୍‌ ବସ୍‌ ଓ ହାଇଓ୍ବା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ହାଇଓ୍ବା ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ଜଣାପଡି ନାହିଁ।

ବସ୍‌ଟିରେ ଭୁବନେଶ୍ୱର ଅନ୍ତର୍ଗତ ଶୈଳଶ୍ରୀ ବିହାରରୁ କିଛି ଲୋକ ବଣଭୋଜି କରିବାକୁ ଜଗତ୍‌ସିଂହପୁରର ଗୋରଖନାଥ ଅଭିମୁଖେ ଯାଉଥିଲେ। ବସ୍‌ଟି କଟକ-ପାରଦ୍ୱୀପ ରାସ୍ତାରେ ଯାଉଥିବା ସମୟରେ ବିପରୀତ ପଟରୁ ଆସୁଥିବା ଗୋଟାଏ ହାଇଓ୍ଵା ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ଖାଇଥିଲା।

bus

ଘଟଣାସ୍ଥଳରେ କନ୍ଦରପୁର ଥାନା ପୋଲିସ ଓ ୩ଟି ଟିମ୍ ପହଂଚି ଉଦ୍ଧାର କରିଛନ୍ତି । ଆହତଙ୍କୁ ନିକଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତର ମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଗ୍ରାମାଂଚଳ ଏସପି ମାଧବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣା ବସ୍‌ର ଦ୍ରୁତ ଗତି ପାଇଁ ହୋଇଛି କି ଘନ କୁହୁଡି ପାଇଁ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି ।

ପଢନ୍ତୁ; ଆର୍.ବାଲକ୍ରିଷ୍ଣନ ହେଲେ ସରକାରଙ୍କ ମୁଖ୍ୟ ପରାମର୍ଶଦାତା

Related posts

ପ୍ରଖ୍ୟାତ ହିନ୍ଦୀ କବି ଗୋପାଳ ଦାସ ନୀରଜଙ୍କ ପରଲୋକ

ENO Beuro

ଉନ୍ନାୱ ଗଣ ଦୁଷ୍କର୍ମ ମାମଲା:ବିଧାୟକ ସେଙ୍ଗାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ନିଶ୍ଚିତ କଲା ସିବିଆଇ,ପୀଡ଼ିତା କହିଲେ ଦିଆଯାଉ ମୃତ୍ୟୁଦଣ୍ଡ

ENO Beuro

ଭୁବନେଶ୍ୱରରେ ଆରମ୍ଭ ହେଲା ଜୁମ୍‌କାର୍‌ ସେବା, ଭଡା ଗାଡିକୁ ନିଜେ ଚଲାଇ ପାରିବେ

ENO Beuro

Leave a Comment