• Home
  • CULTURES
  • ଶୀତଦିନରେ ପିକନିକର ମଜା ଉଠାଇବାକୁ ଚହୁଁଛନ୍ତି କି ? ଏହି ସ୍ଥାନକୁ ଯାଆନ୍ତୁ ପିକନିକ
CULTURES

ଶୀତଦିନରେ ପିକନିକର ମଜା ଉଠାଇବାକୁ ଚହୁଁଛନ୍ତି କି ? ଏହି ସ୍ଥାନକୁ ଯାଆନ୍ତୁ ପିକନିକ

ସବୁଜ ବନାନୀରେ ଭରା ନବରଙ୍ଗପୁର ବ୍ଲକର ଭତ୍ରାସିଉନୀ ଡଙ୍ଗର । ୧୫ ଏକର ପରିମିତ ଅଞ୍ଚଳରେ ରହିଛି ବିଭିନ୍ନ ପ୍ରକାର ଫଳନ୍ତି ଓ ଔଷଧୀୟ ବୃକ୍ଷ । ଏଠାରେ ଦେଖିବାକୁ ମିଳିବ ଶତାଧିକ ବେଲ, ଶାଳ, ନିମ୍ବ , ତେନ୍ତୁଳି, ବାହାଡା , ହରିଡା, କଦମ୍ବ , କୁର୍ଲୁ , ବିଜା ଭଳି ବହୁ ମୂଲ୍ୟବାନ ଗଛ । ପିକନିକ  ପାଇଁ ଖୁବ ଉଦିଷ୍ଟ।

ତେବେ ଏଠାକାର ବେଲ ଗଛର ଏକ ବିଶେଷତ୍ଵ ରହିଛି । ଏହା ୧୦ ପତ୍ର ବିଶିଷ୍ଟ । ଅଧିକାଂଶ ସ୍ଥାନରେ ସାଧାରଣତଃ ୩ଟି ପତ୍ର ଥିବା ବେଲ ଗଛ ଦେଖାଯାଉଥିବା ବେଳେ ଏଠାର ଦେଖାଯାଏ ୧୦ ପତ୍ରିଆ ବେଲ ଗଛ ।

ଏଠାକାର ସବୁଜିମାଭରା ପରିବେଶ ମନରେ ଆଣିଥାଏ ଅପାର ଶାନ୍ତି । ଆପଣା ଛାଏଁ ଦେହରେ ଖେଳିଯାଏ ଶିହରଣ । ଏହି ସ୍ଥାନରେ ଥରେ ପାଦ ଦେଲେ ଆପେ ମନ ଲାଖିଯାଏ । ଲାଗେ, ସତେ ଯେମିତି ସିଦ୍ଧେଶ୍ଵରଙ୍କ ପାଇଁ ସଜେଇ ହୋଇ ବସିଛି ପ୍ରକୃତି ରାଣୀ ।

୨୨ ବର୍ଷ ପୂର୍ବେ ସ୍ଵର୍ଗତ ରମେଶ ଚନ୍ଦ୍ର ମିଶ୍ର ଭତ୍ରାସିଉନୀ  ଡଙ୍ଗରରେ ବିଭିନ୍ନ ଚାରା ରୋପଣ କରିଥିଲେ । ତାହା ଏତେ ବର୍ଷ ପରେ ଜଙ୍ଗଲର ରୂପ ନେଇଛି । ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରତିଷ୍ଠା ପାଇଛନ୍ତି ଦେବ ଦେବ ମହାଦେବ ସିଦ୍ଧେଶ୍ଵର । ମନ୍ଦିର ପ୍ରବେଶ ଦ୍ଵାରରେ ସ୍ଥାପନ ହୋଇଛି ଦୁଇଟି ବୃଷଭ । ଏହା ସ୍ଵାଗତ କରୁଛି ଭକ୍ତମାନଙ୍କୁ । ପ୍ରାୟ ୨୦ଫୁଟ ଉଚ୍ଚରେ ନିର୍ମାଣ ହୋଇଛି ଏହି ମନ୍ଦିର । ଏହାର କାରୁକାର୍ଯ୍ୟ ମଧ୍ୟ ବେଶ ଆକର୍ଷଣୀୟ । ଚାରିଆଡେ ଏକ ଅଧ୍ୟାତ୍ମିକତାର ମହକ । ପ୍ରତି ସୋମବାର ଓ ସଙ୍କ୍ରାନ୍ତିରେ ଜମୁଛି ଭିଡ । କେବଳ ନବରଙ୍ଗପୁର ଜିଲ୍ଲା ନୁହେଁ , ଜିଲ୍ଲା ବାହାରର ମଧ୍ୟ ବହୁ ଲୋକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି ।

ଶୀତଦିନରେ ପିକନିକର ମଜା ଉଠାଇବାକୁ ଚହୁଁଛନ୍ତି କି ? ଏହି ସ୍ଥାନକୁ ଯାଆନ୍ତୁ ପିକନିକ  ଶୀତଦିନରେ ପିକନିକର  ମଜା ଉଠାଇବାକୁ ଚହୁଁଛନ୍ତି କି ? ଏହି ସ୍ଥାନକୁ ଯାଆନ୍ତୁ ପିକନିକ

ପଢନ୍ତୁ, ଦାନ କଲାବେଳେ ଧ୍ୟାନ ରଖନ୍ତୁ , ନଚେତ ଭୋଗିବାକୁ ପଡିପାରେ ଦୁଃଖ ଓ କଷ୍ଟ

Related posts

ଆଜି ନୀଳାଦ୍ରି ବିଜେ କରିବେ ମହାପ୍ରଭୁ

Krishna Kumar Manoj

ଯାଣନ୍ତୁ ଦେବଉଠାଣି ଏକାଦଶୀରେ ପାଳନକର୍ତ୍ତା ବିଷ୍ଣୁଙ୍କୁ କେମିତି ଆରାଧନା କରିବେ

Krishna Kumar Manoj

କାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଯାଣନ୍ତୁ କିପରି ବ୍ରତ ପାଳନ କଲେ ଲାଭ କରିପାରିବେ ଅଶେଷ ପୁଣ୍ୟଫଳ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More