News

ଓଲଟିଲା ପିକ୍‌ନିକ୍‌ ବସ୍, ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ

bus

ଓଲଟିଲା ପିକ୍‌ନିକ୍‌ ବସ୍‌ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଏହି ଅଘଟଣ ଘଟିଛି। ଏଥିରେ ୧୫ଜଣ ଆହତ ହୋଇଛନ୍ତି। ବସରେ ମୋଟ ୬୦ଜଣ ଯାତ୍ରୀ ଥିଲେ। ଘରକୁ ଫେରୁଥିବାବେଳେ ଦୁର୍ଘଟଣା ପୂର୍ବରୁ କିଛି ଯାତ୍ରୀ ବାଟରେ ଓହ୍ଲାଇପଡିଥିଲେ । ଅନ୍ୟ ୪୦ଜଣ ଯାତ୍ରୀଙ୍କ ମଧ୍ୟରେ ୨୦ଜଣ ମହିଳା, ୧୬ଜଣ ପୁରୁଷ, ୪ଜଣ ଶିଶୁ ଥିଲେ । ଆହତମାନଙ୍କୁ ତାଳଚେରର ମଣ୍ଡାପାଳ ଡାକ୍ତରଖାନା ଓ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

bus

ସୂଚନାଯୋଗ୍ୟ,ବାଲେଶ୍ୱରରୁ ପିକ୍‌ନିକ୍ ସାରି ଅନୁଗୋଳ ଫେରୁଥିବା ବେଳେ ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ରେ ପ୍ରାୟ ୪୫ ଜଣ ଯାତ୍ରୀ ଥିଲେ। ସ୍ଥାନୀୟ ଲୋକେ ଓ ପରଜଙ୍ଗ ପୁଲିସ ଦୁର୍ଘଟନାଗ୍ରସ୍ତ ବସ୍‌ରୁ ଲୋକମାନଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନସ୍‌ ମଗାଇ ସେମାନଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରି ଥିଲେ। ତେବେ ବସ୍‌ ଓଲଟି ପଡ଼ିବାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ପଢନ୍ତୁ; ପରସ୍ପରକୁ ଆକ୍ରମଣ କରି ଦମ୍ପତି ମୃତ 

Related posts

Odisha Para Athlete Jayanti Behera Had Bagged Gold In World Junior Championships

ENO Beuro

ମିଜୋରାମର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେଲେ ଜଗଦୀଶ ମୁଖୀ

ENO Beuro

ନରମିଲା ପାକିସ୍ତାନ: ଶାନ୍ତି ଆଲୋଚନା ପାଇଁ ନେହୁରା ହେଲେ ଇମ୍ରାନ

ENO Beuro

Leave a Comment