News

କୋର୍ଟରେ ପହଞ୍ଚିଲା ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ରସଗୋଲା ବିବାଦ

କୋର୍ଟରେ ପହଞ୍ଚିଲା ରସଗୋଲା ବିବାଦ

ଏବେ କୋର୍ଟରେ ପହଂଚିଛି ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ରସଗୋଲା ବିବାଦ। ପୁଣ୍ୟ ଉକ୍ରଳ ସାଂସ୍କୃତିକ ସଂଗଠନ ଓ ସାହିତ୍ୟ ପତ୍ରିକା ଓଡ଼ିଆ ପର୍ବ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଓଡ଼ିଶା ହାଇକୋର୍ଟରେ ଦାୟର ହୋଇଛି । ରସଗୋଲାକୁ ଜିଆଇ ମାନ୍ୟତା ନେଇ ରାଜ୍ୟ ସରକାର ପଦକ୍ଷେପ ନେବା ଦିଗରେ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି ।

‘ରସଗୋଲା’କୁ ଓଡ଼ିଶା ପରିଚିତି ମିଳିବା ଓ ଜିଆଇ ମାନ୍ୟତା ନେଇ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପିଟିସନ୍‌ରେ ଉଲ୍ଲେଖ ଥିବା ବେଳେ ଏନେଇ ଏକ ଆଇପି ସେଲ୍‌ ଗଠନ କରାଯିବାକୁ ଏଥିରେ ଅନୁରୋଧ କରାଯାଇଛି ବୋଲି ଆଜି ସ୍ଥାନୀୟ ରେଡ୍‌କ୍ରସ୍‌ ଭବନଠାରେ ଆୟୋଜିତ ସମ୍ମିଳନୀରେ କୁହାଯାଇଛି।

ଭୁଲ୍ ତଥ୍ୟ ଉପସ୍ଥାପନା କରି ବାଂଲାର ରସଗୋଲା ଜିଆଇ ମାନ୍ୟତା ପାଇଥିବାରୁ ଏହାକୁ ରବ୍ଦ କରିବାକୁ ଖୁବ୍ ଶୀଘ୍ର ଆଉ ଏକ ଆବେଦନ ଦାଖଲ ହେବାକୁ ନେଇ ମତ ପ୍ରକାଶ ପାଇଛି । ୭୦୦/୮୦୦ ବର୍ଷ ତଳୁ ଶ୍ରୀ ମନ୍ଦିରରେ ରସଗୋଲା ଏକ ଭୌମ ଭାବେ ପ୍ରଚଳିତ ହୋଇଥିଲା । ଦାଣ୍ଡି ରାମାୟଣରେ ବଳରାମ ଦାସ ରସଗୋଲା ସମ୍ପର୍କରେ ୫୦୦ ବର୍ଷ ତଳୁ ଲେଖିଥିବାର ପ୍ରମାଣ ଓଡ଼ିଶା ନିକଟରେ ରହିଛି ।

ଦେଢଶହ ବର୍ଷ ତଳେ ଓଡ଼ିଆ କାରିଗରମାନଙ୍କ ଠାରୁ ରସଗୋଲା ତିଆରି କଳା ପଶ୍ଚିମବଙ୍ଗ ଶିଖିଥିଲା । ଜିଆଇ ଟ୍ୟାଗ୍ ପାଇଁ ପଶ୍ଚିମବଙ୍ଗ ଭୁଲ ତଥ୍ୟ ଦେଇଛି ବୋଲି ପିଟିସନକାରୀ ପୁଣ୍ୟ ଉକ୍ରଳ ର ମହାସଚିବ ସିଦ୍ଧାର୍ଥ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ପଢନ୍ତୁ;

ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ନରେନ୍ଦ୍ର ମୋଦି ଫୋନରେ କଲେ ମାଳଦ୍ୱୀପର ରାଜନୈତିକ ଉପରେ ଆଲୋଚନା

Related posts

ଟ୍ଵିଟର୍‌ରେ ଛାଇଲା #ଧାରା୩୭୦ ଟ୍ଵିଟ୍‌

Ratnamani Moharana

ଜିଏସଟି (ଦ୍ରବ୍ୟ ଓ ସେବା କର ) ପରିସରରେ ମିଶିବ ପେଟ୍ରୋଲିୟମ ଉତ୍ପାଦ

ENO Beuro

ବିଜୟ ଗୋଖଲେ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ

ENO Beuro

1 comment

Leave a Comment