News

ପିପିଲି ଡେଲାଙ୍ଗରୁ ୮ଲକ୍ଷରୁ ଅଧିକ ଟଙ୍କା ଜବତ: ରାଜନୀତି ସହ ସମ୍ପୃକ୍ତି ସନ୍ଦେହ

୮ଲକ୍ଷରୁ ଅଧିକ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ୱାଡ୍

ଏପଟେ ନିର୍ବାଚନ ତାତି  ବଢୁଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ଫ୍ଲାଇଂ ସ୍କ୍ୱାଡ୍  ପୁରୀ ଜିଲ୍ଲା ଡେଲାଙ୍ଗ ରାଢୁଅ  ବଜାର ନିକଟରୁ ୮ଲକ୍ଷ ୯୬ ହଜାର ଟଙ୍କା ଜବତ କରିଛି। କଣାସର ବିଭୂତି ସ୍ଵାଇଁ  ଏହି ଗାଡିରେ ଥିଲେ। ଭୁବନେଶ୍ବରର ଆଇଡିବିଆଇ ବ୍ୟାଙ୍କରୁ ଏହି ଟଙ୍କା ନେଇ ଫେରୁଛନ୍ତି ବୋଲି ସ୍କ୍ବାଡକୁ କହିଥିଲେ ମାତ୍ର ତେବେ ଠିକାଦାର ଜଣଙ୍କ କେଉଁଠୁ ଏତେ ଟଙ୍କା ଆଣିଲେ, ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ପୁଲିସ ସନ୍ଦେହରେ ଠିକାଦାରଙ୍କୁ ଅଟକ ରଖିବା ସହ ଜବତ ଟଙ୍କାକୁ ଷ୍ଟ୍ରଙ୍ଗ ରୁମକୁ  ପଠାଇଦେଇଛି।

ତେବେ ଏହି ଟଙ୍କା କୌଣସି ରାଜନୈତିକ ଦଳର ହୋଇପାରିଥାଏ ବୋଲି ସନ୍ଦେହ କରୁଛି ପୋଲିସ। ନିର୍ବାଚନରେ ଖର୍ଚ ହେବାକୁ ଥିବା ଟଙ୍କା କୌଣସି ଦଳର ହୋଇପାରିଥାଏ। ନିର୍ବାଚନ ପୂର୍ବରୁ ଟଙ୍କା ଜବତ ରାଜନୈତିକ ସମ୍ପୃକ୍ତିନେଇ ସନ୍ଦେହ  କରାଯିବା ସ୍ଵାଭାବିକ।
ପଢନ୍ତୁ: ଆଡ୍‌ଭାନୀଙ୍କ ବ୍ଲଗ୍‌କୁ ନେଇ ଚର୍ଚ୍ଚା: ‘ଆମେ କେବେବି ରାଜନୈତିକ ବିରୋଧୀଙ୍କୁ ଦେଶ ବିରୋଧୀ ମାନିନାହୁଁ’

Related posts

ଢେଙ୍କାନାଳ:ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତ

ENO Beuro

ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶ କ୍ଷେତ୍ରରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ENO Beuro

ଗଞ୍ଜାମ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ, ୨୭ ବଖରା ଘର ଜଳିପୋଡ଼ି ପାଉଁଶ

ENO Beuro

Leave a Comment